ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଛନ୍ତି ରିୟା
  • ବାଏକୁଲ୍ଲାରେ ଜେଲରେ କାଟୁଛନ୍ତି ଦିନ
  • ୧୪ ଦିନିଆ ନ୍ୟାୟିକ ହେପାଜତରେ ରହିବେ ରିୟା

ଏବେ ଜେଲରେ ରାତି କାଟୁଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ନା ଅଛି ବେଡ୍‌, ନା ଅଛି ଏସି। ଏମିତିକି ରିୟା ରହୁଥିବା ସେଲ୍‌ରେ ଫ୍ୟାନ ମଧ୍ୟ ନାହିଁ। ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଥିବା ରିୟାଙ୍କର ଏବେ ଏହିଭଳି ରାତି କଟୁଛି।

ମୁମ୍ବାଇ ବାଏକୁଲ୍ଲା ଜେଲର ସର୍କଲ ନମ୍ବର ୧ର ଏକ ସ୍ୱତନ୍ତ୍ର କୋଠରିରେ ରହିଛନ୍ତି ରିୟା। ଶୋଇବା ପାଇଁ ଏକ ବିଛଣା ଓ ପିଇବା ପାଇଁ ଏକ ମାଟି ହାଣ୍ଡିରେ ପାଣି ଦିଆଯାଇଛି। ଅନ୍ୟ କଏଦୀଙ୍କ ଭଳି ରିୟା ଚଟାଣରେ ଶୋଉଥିବା ସୂଚନା ମିଳିଛି।

ଦିନେ ଫାଇଭଷ୍ଟାର ହୋଟେଲରୁ ଖାଉଥିବା ଅଭିନେତ୍ରୀ ରିୟ. ଏବେ ଜେଲ କ୍ୟାଣ୍ଟିନରୁ ଖାଉଛନ୍ତି। ବାଏକୁଲ୍ଲା ଜେଲରେ ଦିନକୁ ୨ ଥର ଖାଇବା ଓ ଥରେ ଜଳଖିଆ ମିଳିଥାଏ। ସକାଳେ ଜଳଖିଆ, ମଧ୍ୟାହ୍ନରେ ଭାତ, ଡାଲି, ତରକାରି ରାତିରେ ରୁଟି ଓ ତରକାରି ମିଳୁଛି।

ସେପଟେ ରିୟାଙ୍କ ପାଖ କୋଠରିରେ ରହୁଛନ୍ତି ସିନାବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣି ମୁଖାର୍ଜୀ। ସେହିପରି ଏବେ ବି ବାଏକୁଲ୍ଲା ଜେଲରେ ସଜା କାଟୁଛନ୍ତି ଅଣ୍ଡରଓ୍ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମର ଭଉଣୀ ହସିନା ପାରକର।sushant-Rhea-2

ସେପ୍ଟେମ୍ବର ୮ରେ ଗିରଫ ହୋଇଥିଲେ ରିୟା

ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ ବ୍ୟୁରୋ ଦ୍ୱାରା ସେପ୍ଟେମ୍ବର ୮ରେ ଗିରଫ ହୋଇଥିଲେ ରିୟା ଚକ୍ରବର୍ତ୍ତୀ। ୩ ଦିନ ମାରଥନ ଜେରା ପରେ ରିୟାଙ୍କୁ ଗିରଫ କରିଥିଲା ଏନସିବି। ମୁମ୍ବାଇ ସ୍ୱତନ୍ତ୍ର କୋର୍ଟରେ ଜାମିନ ଖାରଜ ହେବା ପରେ ଆସନ୍ତା ୨୨ ଯାଏଁ ଜେଲରେ ରହିବେ ରିୟା।

BGU

Comment