ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରଶେଖରପୁର ଅଞ୍ଚଳରେ ଖୋଲିଲା ରାଜଧାନୀ ଭୁବନେଶ୍ୱରର ଦ୍ୱିତୀୟ ଟ୍ରାଫିକ୍ ଥାନା। ବୁଧବାର ଡିଜିପି ବିଜୟ କୁମାର ଶର୍ମା ଏହି ନୂଆ ଟ୍ରାଫିକ୍ ଥାନାକୁ ଉଦ୍‌ଘାଟନ କରିଛନ୍ତି। ଏହାକୁ ‘ଟ୍ରାଫିକ ଥାନା ନର୍ଥ’ ବୋଲି କୁହାଯାଉଛି।

ଏହି ଟ୍ରାଫିକ୍ ଥାନା ସହରର ଟ୍ରାଫିକ୍ ସମସ୍ୟା ଦୂର କରିବାରେ ସହାୟକ ହେବା ସହ ଏହି ୟୁନିଟ୍ ଟ୍ରାଫିକ୍ ନିୟନ୍ତ୍ରଣ କରିବାରେ ବେଶ୍ ସହାୟକ ହେବ ବୋଲି କହିଛନ୍ତି ଡିଜିପି।

ନୂଆକରି ହୋଇଥିବା ଏହି ଟ୍ରାଫିକ୍ ଥାନାରେ ୧୨୦ ଜଣ କନ୍‌ଷ୍ଟେବଲ, ଜଣେ ହାବିଲ୍‌ଦାର୍, ୨ ଜଣ ଏସ୍‌ଆଇ ଏବଂ ଜଣେ ଇନ୍ସପେକ୍ଟରଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବରୁ ଏମାନେ ଗୋଟିଏ ଟ୍ରାଫିକ୍ ୟୁନିଟ୍ ଭାବେ କାମ କରୁଥିଲେ।

ଏହି ନୂଆ ଟ୍ରାଫିକ ଥାନା ନନ୍ଦନକାନନ, ଇନ୍‌ଫୋସିଟି, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ଖଣ୍ଡଗିରି, ତମାଣ୍ଡୋ, ଚନ୍ଦକା ଓ ଜଟଣୀରେ ଥିବା  ୮ ଟି ପୋଲିସ୍‌ ଥାନାର ଅଞ୍ଚଳକୁ ନେଇ କାମ କରିବ।

ଏହି ନୂଆ ଟ୍ରାଫିକ୍‌ ଥାନା ନିର୍ମାଣ ପାଇଁ ମୋଟ୍ ୧.୯୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଭୁବନେଶ୍ୱର ଏଜି ଛକଠାରେଭୁବନେଶ୍ୱରର ପ୍ରଥମ ଟ୍ରାଫିକ୍ ଥାନା ରହିଛି। ବର୍ତ୍ତମାନ ଏହାର ନାଁକୁ ‘ସେଣ୍ଟ୍ରାଲ ଟ୍ରାଫିକ ଥାନା’ରେ ବଦଳାଇ ଦିଆଯାଇଛି।

Comment