ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ବେଳେ ସମସ୍ତେ ଘରେ ଥିଲା ବେଳେ ଏବେ ମାତିଛନ୍ତି ଲୁଟେରା। ପୋଲିସର କଡ଼ା ପହରା ସତ୍ତ୍ଵେ ଘର ସାମ୍ନାରୁ ବାଇକ ନେଇ ଚମ୍ପଟ ମାରିଛି ଲୁଟେରା। ଏଭଳି ଘଟଣା ଘଟିଛି ଭୁବନେଶ୍ଵରର ହାଉସିଂ ବୋର୍ଡ କଲୋନୀ, ଚନ୍ଦ୍ରଶେଖରପୁର ଅଞ୍ଚଳରେ।

ଚୋରି ହୋଇଥିବା ବାଇକଟି ହେଉଛି ହାଉସିଂ ବୋର୍ଡ କଲୋନୀର ସନ୍ତୋଷ ପାଣିଗ୍ରାହୀଙ୍କର। ସନ୍ତୋଷ ଓଡ଼ିଶାଲାଇଭ୍‌ ଡିଜିଟାଲ ମିଡିଆରେ କାର୍ଯ୍ୟରତ। ବାଇକ ଚୋରି ହେବା ନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ମଧ୍ୟ ଏତଲା ଦେଇଛନ୍ତି।

ବାଇକ ଚୋରି ହେବାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ସବୁ ଦିନ ପରି ଶୁକ୍ରବାର ରାତିରେ ମଧ୍ୟ ସନ୍ତୋଷ ଘର ବାହାରେ ନିଜ ବାଇକ ରଖିଥିଲେ। ହେଲେ ରାତିରେ କେହି ଜଣେ ଦୁର୍ବୃତ୍ତ କୌଶଳରେ ତାଙ୍କ ବାଇକ ଲକ୍‌ ଫିଟାଇ ସେଠାରୁ ବାଇକ ନେଇ ଚମ୍ପଟ ମାରିଛି, ଯାହାର ସିସିଟିଭି ଫୁଟେଜ ମଧ୍ୟ ରହିଛି।

ଲକ୍‌ଡାଉନ୍‌ ବେଳେ ପୋଲିସ ପହରା ସତ୍ତ୍ଵେ ଜଣେ ଦୁର୍ବୃତ୍ତ କିଭଳି ବାଇକ ଲୁଟିନେଲା ସେନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ ପୋଲିସ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି।

Comment