ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱସୁନ୍ଦରୀ ତଥା ବଲିଉଡ୍‌ ନୀଳନୟନା ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ୪୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୌନ୍ଦର୍ଯ୍ୟ ପାଇଁ ବିଶ୍ୱପ୍ରସିଦ୍ଧି ଲାଭ କରିଥିବା ଐଶ୍ଵର୍ଯ୍ୟା ବଲିଉଡ୍‌ର ବି ଜଣେ ସଫଳ ଅଭିନେତ୍ରୀ।

ଆଗରୁ ଏଭଳି ନିଖୁଣ ଅଭିନେତ୍ରୀ ନଥିଲେ ଐଶ୍ଵର୍ଯ୍ୟା। ତାଙ୍କ ଅଭିନୟ କ୍ୟାରିଅର୍‌ ପୁରା ଫ୍ଲପ୍ ଥିଲା। ଗୋଟିଏ ଭଲ ସ୍କ୍ରିପ୍ଟ ଆଶାରେ ଅନେକ ନିର୍ମାତା-ନିର୍ଦ୍ଦେଶକଙ୍କୁ ଭେଟିଥିଲେ ସେ। କିନ୍ତୁ କେହି ଜଣେ ତାଙ୍କୁ ରୋଲ୍‌ଟିଏ ଦେବାକୁ ରାଜି ନଥିଲେ।

ତେବେ ଏହି ଅସଫଳ ଫିଲ୍ମ କ୍ୟାରିୟର୍‌କୁ ସଫଳତାର ମୋଡ଼ ଦେଇଥିଲେ ସଲମାନ।

୧୯୯୭ରେ ତାମିଲ ଫିଲ୍ମ ‘ଇରୁଓ୍ୱାର୍’ର ସିନେଜଗତରେ ପାଦ ଥାପିଥିଲେ ଐଶ୍ଵର୍ଯ୍ୟା। କିନ୍ତୁ ପ୍ରଥମ ଫିଲ୍ମରୁ ହିଁ ଭଲ ଅଭିନୟ ନ କରିପାରିବାରୁ ତାଙ୍କର ଫିଲ୍ମ ଫ୍ଲପ୍ ହୋଇଥିଲା।

ଏହାପରେ ହିନ୍ଦୀ ଫିଲ୍ମ ‘ଔର ପ୍ୟାର୍‌ ହୋଗୟା’ରୁ ବଲିଉଡ୍‌ରେ ଏଣ୍ଟ୍ରି କଲେ ସେ। କିନ୍ତୁ ଏଥିରେ ବି ଐଶ୍‌ଙ୍କ ଅଭିନୟ ଦର୍ଶକଙ୍କୁ ପ୍ରଭାବିତ କରିପାରିଲେ ନାହିଁ। କିନ୍ତୁ ସବୁବେଳ ପରି ତାଙ୍କର ସୌନ୍ଦର୍ଯ୍ୟ ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ବଲିଉଡ୍‌ରେ ଐଶ୍‌ଙ୍କ ସୁନ୍ଦରତାର ଅନେକ ଦିଓ୍ୱାନା ଥିଲେ। ସେଥିମଧ୍ୟରୁ ଜଣେ ଥିଲେ ସଲ୍‌ମାନ ଖାନ୍‌। କେବଳ ପରଦାରେ ନୁହେଁ ପ୍ରକୃତ ଜୀବନରେ ବି ସେ କେବଳ ଐଶ୍ୱର୍ଯ୍ୟାଙ୍କ ହିରୋ ହେବାକୁ ଚାହିଁଥିଲେ।

୨୦୦୦ ମସିହାରେ ଶାହାରୁଖ୍ ଅଭିନୀତ ‘ଜୋସ୍‌’ ଫିଲ୍ମରେ ଶାହାରୁଖ୍‌ଙ୍କ ଭୂମିକା ସଲ୍‌ମାନଙ୍କୁ ମିଳିଥିଲା। କିନ୍ତୁ ସଲ୍‌ମାନ ଐଶ୍ୱର୍ଯ୍ୟାଙ୍କର ଭାଇ ହେବାକୁ ମନା କରିଦେଇଥିଲେ।

ଏହାପରେ ରିଲିଜ୍‌ ହୋଇଥିଲା ସଂଜୟ ଲୀଲା ଭଂସାଲିଙ୍କର ବ୍ଲକ୍‌ ବଷ୍ଟର୍‌ ଫିଲ୍ମ “ହମ୍‌ ଦିଲ୍‌ ଦେ ଚୁକେ ସନମ୍‌”। ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କୁ ମୁଖ୍ୟ ଅଭିନେତ୍ରୀ ଭୂମିକା ଦେବା ପାଇଁ ସଂଜୟଙ୍କୁ ରାଜି କରାଇଥିଲେ ସଲ୍‌ମାନ। ଏହା ହିଁ ଥିଲା ଐଶ୍ୱର୍ଯ୍ୟାଙ୍କ ଫିଲ୍ମ କ୍ୟାରିଅର୍‌ର ନୂଆ ମୋଡ଼।

“ହମ୍‌ ଦିଲ୍‌ ଦେ ଚୁକେ ସନମ୍” ଫିଲ୍ମ ସୁପର୍‌ ହିଟ୍‌ ହେବା ସହିତ ଐଶ୍ୱର୍ଯ୍ୟାଙ୍କୁ ସେହି ବର୍ଷର ସର୍ବଶ୍ରେଷ୍ଠ ଅଭିନେତ୍ରୀର ଫିଲ୍ମ ଫେୟାର୍‌ ପୁରସ୍କାର ମିଳିଥିଲା। ଏହାପରଠାରୁ ଆଜି ଯାଏଁ ଐଐଶ୍ୱର୍ଯ୍ୟା ପଛକୁ ଫେରିନାହନ୍ତି।

LEAVE A REPLY

Please enter your comment!
Please enter your name here