ଓଡ଼ିଶାଲାଇଭ୍ ବ୍ୟୁରୋ
ସିମ୍ଲା ଲଙ୍କା ଏକ ଏପରି ପରିବା ଯାହା ଖାଦ୍ୟର ସ୍ୱାଦ ବଢ଼ାଇଥାଏ। ଏହି ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଶରୀରକୁ ବିଭିନ୍ନ ଫାଇଦା ଯୋଗାଇଥାଏ। ଏମିତିକି ସିମ୍ଲା ଲଙ୍କା ଖାଇ ଆପଣ ମୋଟାପଣରୁ ବି ମୁକ୍ତି ପାଇପାରିବେ। ଏହି ଲଙ୍କାରେ ଭିଟାମିନ ସି, ଭିଟାମିନ ଏ, କ୍ୟାରିଟେନ ଭରପୂର ମାତ୍ରାରେ ଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଆପଣଙ୍କୁ ସୁସ୍ଥ ରଖିଥାଏ।
ସିମ୍ଲା ଲଙ୍କା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାକୁ ଖାଇବା ଦ୍ୱାରା ହୃହୟଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।।
ଏହା ଶରୀରରେ ରକ୍ତ ସଞ୍ଚାଳନକୁ ମଧ୍ୟ ସୂଚାରୁ ରୂପେ କରିଥାଏ। ସିମ୍ଲା ଲଙ୍କା ଖାଇବା ଦ୍ୱାରା ଏହା ପାଚନ ତନ୍ତ୍ରକୁ ମଜବୁତ କରିଥାଏ।
ସିମ୍ଲା ଲଙ୍କା ଶରୀରକୁ ଉପଯୁକ୍ତ ପରିମାଣରେ ଆଇରନ ଯୋଗାଇଥାଏ। ଏଥିରେ କ୍ୟାଲୋରୀ କମ୍ ଥିବାରୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।











