ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଦିନର ବ୍ୟବଧାନ ପରେ ଡ୍ରିମ୍‌ ଗର୍ଲ ହେମାମଳିନୀଙ୍କୁ ଏବେ ପରଦାରେ ଦେଖିବାକୁ ମିଳିବ। ଏହି ଫିଲ୍ମର ନାଁ ହେଉଛି ‘ଶିମ୍‌ଲା ମିର୍ଚ୍ଚି’। ଏହି ଫିଲ୍ମରେ ଅଭିନେତା ରାଜକୁମାର ରାଓ, ଅଭିନେତ୍ରୀ ରାକୁଲ ପ୍ରୀତ୍‌ ଏବଂ ହେମାମାଳିନୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଦୀର୍ଘ ୯ ବର୍ଷ ପରେ ବଡ଼ ପରଦାକୁ ଫେରି ୩୬ ବର୍ଷ ସାନ କଳାକାରଙ୍କ ସହ ହେମାମାଳିନୀ ରୋମନ୍ସ କରିବେ। ଗୁରୁବାର ଫିଲ୍ମ ‘ଶିମ୍‌ଲା ମିର୍ଚ୍ଚି’ର ଟ୍ରେଲର ରିଲିଜ ହୋଇଯାଇଛି।

ଟ୍ରେଲର ଦେଖିବାକୁ ଗଲେ, ଫିଲ୍ମରେ ଅଭିନେତା ରାଜକୁମାର ରାଓଙ୍କ ରହି ରହି କଥା ହେବାର ସମସ୍ୟା ରହିଛି। ରକୁଲପ୍ରିତ୍‌ଙ୍କ ପ୍ରେମରେ ପଡ଼ି ଯେତେବେଳେ ରାଜକୁମାର ପ୍ରୋପଜ୍‌ କରିବାକୁ ଯାଉଛନ୍ତି, ନିଜ ସମସ୍ୟା ଯୋଗୁଁ ଫେଲ୍‌ ମାରୁଛନ୍ତି। ଏହାପରେ ସେ ଚିଠିରେ ମନ କଥା ଲେଖି ଡାକରେ ତାଙ୍କ ଘରକୁ ପଠାଉଛନ୍ତି। ହେଲେ ଚିଠିଟି ରକୁଲପ୍ରୀତ୍‌ଙ୍କ ମା’ ହେମାମାଳିନୀଙ୍କ ହାତରେ ଲାଗିଯାଉଛି।

ଏହାପରେ ଆରମ୍ଭ ହୋଇଯାଉଛି ହେମାମାଳିନୀଙ୍କ ରାଜକୁମାରଙ୍କ ପ୍ରତି ପ୍ରେମ। ଏକ ଭିନ୍ନ ଧରଣର ଟ୍ରାଇ ଆଙ୍ଗେଲ ଲଭ୍‌ ଷ୍ଟୋରୀକୁ ନେଇ ରିଲିଜ୍‌ ଅପେକ୍ଷାରେ ଫିଲ୍ମ ‘ଶିମ୍‌ଲା ମିର୍ଚ୍ଚି’। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡ୍‌ର ବରିଷ୍ଠ ନିର୍ଦ୍ଦେଶକ ରମେଶ ସିପ୍ପି। ଆସନ୍ତା ଜାନୁଆରି ୩ ତାରିଖରେ ପିଲ୍ମ ବଡ଼ ପରଦାରେ ରିଲିଜ ହେବ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment