ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ୍‌ ଇଣ୍ଡଷ୍ଟ୍ରିର ‘ଡ୍ରିମ୍‌ ଗର୍ଲ’ ହେମାମାଳିନୀ ଆଜି ୭୩ ବର୍ଷରେ ପାଦ ଦେଇଛନ୍ତି। ୧୯୪୮ ମସିହା ଅକ୍ଟୋବର ୧୬ ତାରିଖ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ହେମାମାଳିନୀ। ହେମାଙ୍କ ସୁନ୍ଦରତା ଯୋଗୁଁ ବଲିଉଡ୍‌ରେ ସେ ଡ୍ରିମ ଗାର୍ଲ ଭାବେ ପରିଚିତ।

ନିଜ ସୁନ୍ଦରତା ଯୋଗୁଁ ତାଙ୍କୁ ନିଜ ପାଠ ପଢ଼ା ଛାଡ଼ିବାକୁ ପଡ଼ିଥିଲା। କଥାଟା ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ। ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ତାଙ୍କୁ ଲଗାତାର ଫିଲ୍ମରୁ ଅଫର ଆସିଥିଲା। ଏଥିପାଇଁ ସେ ପାଠ ଛାଡ଼ି ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। ସେହି ସମୟରେ ତାଙ୍କୁ ବିବାହ କରିବାକୁ ଅନେକ ବଡ଼ ବଡ଼ କଳାକାରଙ୍କ ପ୍ରସ୍ତାବ ଆସିଥିଲା।

ଧର୍ମେନ୍ଦ୍ରଙ୍କ ବ୍ୟତୀତ ଜିତେନ୍ଦ୍ର ଓ ସଞ୍ଜୀବ କୁମାର ମଧ୍ୟ ହେମାଙ୍କ ପ୍ରେମରେ ପାଗଳ ଥିଲେ। ହେଲେ ହେମା ଓ ଧର୍ମେନ୍ଦ୍ରଙ୍କ ନାଁକୁ ନେଇ ସେ ସମୟରେ ଚର୍ଚ୍ଚା ଚାଲିଥିଲା। ହେଲେ ଏହି ପ୍ରସ୍ତାବକୁ ହେମାଙ୍କ ଘର ଲୋକ ସ୍ଵୀକାର କରି ନଥିଲେ। ଏହି ସୁଯୋଗର ଫାଇଦା ଉଠାଇ ସଞ୍ଜୀବ ହେମାଙ୍କ ସହ ପ୍ରସ୍ତାବ ପକାଇ ଥିଲେ ହେଲେ ଏଥିରେ ବି ତାଙ୍କ ଘର ଲୋକ ରାଜି ହୋଇ ନଥିଲେ।

ପରେ ଜିତେନ୍ଦ୍ର ମଧ୍ୟ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏହା ମଧ୍ୟ ସମ୍ଭବ ହୋଇ ନଥିଲା ଶେଷରେ ହେମା ଓ ଧର୍ମେନ୍ଦ୍ର ପରସ୍ପରକୁ ପସନ୍ଦ କରିଥିଲେ। ହେଲେ ଧର୍ମେନ୍ଦ ବିବାହିତ ଥିବାରୁ ଏଥିରେ ହେମାଙ୍କ ଘର ଲୋକ ରାଜି ହୋଇନଥିଲେ। ଫଳରେ ଦୁହେଁ ଧର୍ମ ପରିବର୍ତ୍ତନ କରି ଇସଲାମିକ ଧର୍ମ ଗ୍ରହଣ କରି ବିବାହ କରିଥିଲେ।  ଶନି ଦେଓଲ ଓ ବବି ଦେଓଲ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ପୂର୍ବ ପତ୍ନୀଙ୍କ ପୁଅ। ଧର୍ମେନ୍ଦ୍ର ଓ ହେମାଙ୍କ ଦୁଇଟି ଝିଅ।

ଅଭିନୟ ସହ ପରେ ରାଜନୀତିକୁ ମଧ୍ୟ ଆସିଥିଲେ। ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ସେ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ। ପରେ ୨୦୧୪ରେ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ଏବେ ସେ ଉତ୍ତରପ୍ରଦେଶର ମଥୁରାରୁ ସାଂସଦ ଅଛନ୍ତି।

Comment