ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲର ଆଗାମୀ ସଂସ୍କରଣ ଲାଗି ଡିସେମ୍ବର ୧୯ ତାରିଖରେ ଖେଳାଳି ନିଲାମ ପକ୍ରିୟା ହେବ। ଏଥର କୋଲକାତାରେ ଏହି ଖେଳାଳି ନିଲାମ ପକ୍ରିୟାର ଆୟୋଜନ କରାଯିବ।

ଏଥର ପ୍ରଥମ ଥର ପାଇଁ କୋଲକାତାରେ ଏହି ନିଲାମ ପକ୍ରିୟା କରାଯାଉଛି। ବର୍ତ୍ତମାନର ନୂଆ ନିୟମ ଅନୁସାରେ ପ୍ରତ୍ୟେକ ଟିମ୍ ମୋଟ୍ ୮୫କୋଟି ଟଙ୍କା ମଧ୍ୟରେ ନିଜର ଖେଳାଳି ରଖିପାରିବେ।

ତେବେ ବର୍ତ୍ତମାନ ଥିବା ଖେଳାଳିଙ୍କୁ ନିଜର ଦାମ ଦେବା ପରେ ବାକିଥିବା ଟଙ୍କାରେ ହିଁ ଦଳମାନେ ନିଜର ନୂଆ ଖେଳାଳି କିଣିପାରିବେ। ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପାଖରେ ସର୍ବାଧିକ ୮.୨ କୋଟି ଟଙ୍କା ରହିଥଇବା ବେଳେ ବେଙ୍ଗାଳୁରୁ ଦଳ ପାଖରେ ସର୍ବନିମ୍ନ ୧.୮୦ କୋଟି ଟଙ୍କା ରହିଛି।

ସେହିପରି ରାଜସ୍ଥାନ ରୟାଲ୍ସ ପାଖରେ ୭.୧୫କୋଟି, କୋଲକାତା ପାଖରେ ୬.୦୫କୋଟି, ହାଇଦ୍ରାବାଦ୍ ପାଖରେ ୫.୩୦କୋଟି, ପଞ୍ଜାବ ଟିମ୍ ପାଖରେ ୩.୭ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୩.୫୫କୋଟି, ଚେନ୍ନାଇ ପାଖରେ ୩.୨ କୋଟି ଏବଂ ବେଙ୍ଗାଳୁରୁ ଦଳ ପାଖରେ୧.୮୦ କୋଟି ଟଙ୍କା ବଳକା ଅଛି। ଏହି ବଳକା ଟଙ୍କାରେ ହିଁ ଟିମମାନେ ନିଜ ନିଜର ନୂଆ ଖେଳାଳି କିଣିପାରିବେ।

Comment