ଓଡ଼ିଶାଲାଇଭ୍ ବ୍ୟୁରୋ

ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ଆଉ ଏକ ବଡ଼ ସଫଳତା। ଜଟିଳ ଅସ୍ତ୍ରୋପଚାର ଜରିଆରେ ୧୮ ବର୍ଷୀୟ ଯୁବକଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କଲେ ଡାକ୍ତର। ସମ୍ ହସ୍ପିଟାଲ୍‌ର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଲୋଜି ବିଭାଗର ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡକ୍ଟର ପ୍ରେମାନନ୍ଦ ପଟ୍ଟନାୟକ ଅସ୍ତ୍ରୋପଚାର କରି ଛତିଶଗଡ଼ର ଯୁବକଙ୍କୁ ରୋଗମୁକ୍ତ କରିଛନ୍ତି।

ଛତିଶଗଡ଼ର ଏହି ୧୮ ବର୍ଷୀୟ ଯୁବକ ଦୁଇ ବର୍ଷ ତଳେ ଭୁଲବଶତଃ ସାବୁନ୍ ତିଆରି ପାଇଁ ବ୍ୟବହୃତ କେମିକାଲ୍ ସଲ୍ୟୁସନ ପିଇ ଦେଇଥିଲେ। ଫଳରେ, ତାଙ୍କର ଖାଦ୍ୟ ନଳୀ ଗୁରୁତର ଭାବେ ନଷ୍ଟ ହୋଇଯାଇଥିଲା। ସେ କିଛି ଖାଦ୍ୟ ଏପରିକି ଛେପ ଢୋକି ପାରୁ ନଥିଲା। କେବଳ ଫୁଡ୍‌ପାଇପ୍‌ ଜରିଆରେ ତରଳ ପଦାର୍ଥ ଶରୀରକୁ ନେଉଥିଲେ ।

ସେ ଗତ ଅକ୍ଟୋବର ମାସରେ ସମ୍ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ। ପରୀକ୍ଷା ନିରୀକ୍ଷା ପରେ ଅପରେସନ୍‌ ପାଇଁ ନିଷ୍ପତ୍ତି ନିଆଯାଇଥିଲା। କୋଲନ୍ ପୁଲଅପ୍ ସର୍ଜରୀ ମାଧ୍ୟମରେ ଲାର୍ଜ ଇଂଟେଷ୍ଟାଇନ୍‌ର କିଛି ଅଂଶକୁ ନେଇ ଉପର ଅଂଶରେ ଯୋଡି ଖାଦ୍ୟନଳୀ ତିଆରି କରିଥିଲେ। ଆଠ ଘଣ୍ଟା ଧରି ଏହି ଅପରେସନ୍‌ ହୋଇଥିଲା।

ଅସ୍ତ୍ରୋପଚାର ପରେ ବର୍ତ୍ତମାନ ଯୁବକଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଖାଦ୍ୟ ଗ୍ରହଣ କରିବାରେ ସମର୍ଥ ହୋଇପାରିଛନ୍ତି।

LEAVE A REPLY

Please enter your comment!
Please enter your name here