ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ପାଇଁ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସ୍କୁଲ, କଲେଜକୁ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ୩ ଜିଲ୍ଲାର ଜିଲ୍ଲାପାଳ। ଆସନ୍ତା ଶୁକ୍ରବାର ଓ ଶନିବାର ଏହି ୩ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏହାସହ କେନ୍ଦ୍ରାପଡ଼ାର ସମସ୍ତ ସରକାରୀ କର୍ମଚାରୀଙ୍କ ଦୁଇଦିନ ଛୁଟି ବାତିଲ କରାଯାଇଛି।
ଆଣ୍ଡାମାନ ସାଗରରେ ହୋଇଥିବା ଘୂର୍ଣ୍ଣବଳୟ ବାତ୍ୟାର ରୂପ ନେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହୋଇଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି। ତେଣୁ ଏହି ଦୁଇ ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।
ବାତ୍ୟାର ପ୍ରଭାବରେ ୮୦ରୁ ୯୦ କିଲୋମିଟର ବେଗରେ ପବନ ବୋହିବା ସାଙ୍ଗକୁ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି।

















