ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଏକ ରକମ ନିଶ୍ଚିତ। ବିଜେପି ଓ ଶିବସେନା ସରକାର ଗଠନ ପାଇଁ ସମର୍ଥ ନହେବା ପରେ ତୃତୀୟ ବଡ଼ ଦଳ ଭାବରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ଶରଦ ପାୱାରଙ୍କ ଏନସିପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ ଦେଇଥିଲେ। ଏହି ନିମନ୍ତ୍ରଣର ସମୟ ସୀମା ଆଜି ରାତି ୮.୩୦ ସୁଦ୍ଧା ଶେଷ ହେବ। ଯାହା ଜଣାପଡୁଛି ସେଠି କୌଣସି ଦଳ ସ୍ଥିର ସରକାର ଦେଇ ପାରିବେ ନାହିଁ। ଏଣୁ ରାଜ୍ୟରେ ୩୫୬ ଧାରା ଲାଗୁ କରିବା ପାଇଁ ରାଜ୍ୟପାଳ ସୁପାରିଶ କରିପାରନ୍ତି।

ଖବର ଆସୁଛି ଯେ, ରାଜ୍ୟପାଳ କୋଶ୍ୟାରୀ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ପ୍ରକୃତରେ କେନ୍ଦ୍ରକୁ ଲେଖିସାରିଲେଣି। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ବି ଯଦି ୧୨ ମାସ ମଧ୍ୟରେ କୌଣସି ଦଳ ସରକାର ଗଠନ ନ କରିପାରୁଛନ୍ତି ତେବେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ରାଜ୍ୟପାଳ ସୁପାରିଶ କରିପାରନ୍ତି। ଗୋଟିଏ ରାଜ୍ୟ ବିନା ସରକାରରେ ଅତି ବେଶୀରେ ବର୍ଷେ ଚାଲିପାରିବ। ଯଦି ଏହା ଡେଇଁ ଯାଏ ନିର୍ବାଚନ କମିଶନର ଅନୁମତି ନେବାକୁ ପଡ଼ିବ।

Comment