ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସରକାରୀ ଅଫିସରେ ଶୁଣିବାକୁ ମିଳିବନି ‘ଭାଇ’ ଡାକ। ପୂର୍ବରୁ ସରକାରୀ ଅଫିସରେ କର୍ମଚାରୀମାନେ ପରସ୍ପରକୁ ‘ଭାଇ’ ଡାକି ସମ୍ବାଧନ କରୁଥିଲେ। କିନ୍ତୁ ଏହା ଉପରେ କଟକଣା ଲଗାଇଛନ୍ତି ସରକାର।

ନଭେମ୍ବର ୧୬ ତାରିଖରେ ଏନେଇ ପଶୁପାଳନ ଓ ପଶୁଚିକିତ୍ସା ନିର୍ଦ୍ଦେଶାଳୟ ତା’ର କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି। ଯଦି ଅଫିସ ସମୟ ଭିତରେ କୌଣସି ଅଫିସର୍ ତା’ର ଉପରିସ୍ଥ କର୍ମଚାରୀଙ୍କୁ ଭାଇ ବୋଲି ଡାକନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଫିସ ସମୟରେ କର୍ମଚାରୀମାନେ ପରସ୍ପର ମଧ୍ୟରେ ଭାଇ ଡକାଡକି ହେଲେ ଅଫିସର ମର୍ଯ୍ୟାଦା ଓ ଶୃଙ୍ଖଳା ଭଙ୍ଗ ହେଉଛି। ଏହା ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି, ୧୯୫୯ର ମଧ୍ୟ ବିରୋଧ ଅଟେ। ତେଣୁ ସରକାରୀ ଅଫିସ୍ ପରିସରରେ ଏହି ଭାଇ ଡାକ ଉଭପରେ ସରକାର କଟକଣା ଲଗାଇଛନ୍ତି।

LEAVE A REPLY

Please enter your comment!
Please enter your name here