ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବା ପରେ ହାଇଭୋଲଟେଜ ପଲିଟିକାଲ ଡ୍ରାମା ଦେଖିବାକୁ ମିଳୁଛି। ଶନିବାର ଶିବସେନା ଓ ଏନସିପିର ମିଳିତ ସାମ୍ବାଦିକ ସମ୍ମିଳନୀ ପରେ ମହାରାଷ୍ଟ୍ର ରାଜନୀତି ଆହୁରି ରୋଚକ ହୋଇପଡ଼ିଛି। ଗୋଟିଏ ପଟେ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଓ ଏନସିପି ନେତା ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲା ବେଳେ ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ୱାର ସରକାର ଗଢ଼ିବେ ବୋଲି ଦାବି କରୁଛନ୍ତି।

‘‘ଆମ ପାଖରେ ନମ୍ବର ଅଛି ଆମେ ହିଁ ସରକାର ଗଢ଼ିବୁ। ଆମ ପାଖରେ ୭୦ ବିଧାୟକଙ୍କ ସମର୍ଥନ ଥିଲା। ହେଲେ ଏନସିପିର କିଛି ବିଧାୟକ ବିଜେପି ସପକ୍ଷରେ ଯାଇଛନ୍ତି। ସେମାନଙ୍କୁ ଦଳବଦଳ ଆଇନ ଜଣାଥିବା ଦରକାର। ସେମାନଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ ହୋଇପାରେ। ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବୁ। କୌଣସି ଏନ୍‌ସିପି ନେତା ଦଳ ଛାଡ଼ିବେ ନାହିଁ ବୋଲି ଆଶା। ବିଜେପି ଗୃହରେ ବହୁ ମତ ସାବ୍ୟସ୍ତ କରିପାରିବେନି’’, କହିଛନ୍ତି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାର।

ସେ ଆହୁରି ମଧ୍ୟ କହିଛନ୍ତି ବିଜେପିକୁ ସମର୍ଥନ କରିବା ଅଜିତ ପାଓ୍ୱାରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଏହା ଏନସିପି ବିଚାରଧାରା ଓ ଆଦର୍ଶ ବିରୋଧୀ। ଅଜିତ ପାଓ୍ୱାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶରଦ ପାଓ୍ୱାର କହିଛନ୍ତିା

ସେହିପରି ଶିବସେନା ନେତା ଉଦ୍ଧବ ଠାକରେ କହିଛନ୍ତି, ‘‘ଯାହାଖେଳ ଚାଲିଛି ସାରାଦେଶ ଦେଖୁଛି। ଆମେ ଯୋଡ଼ିବାରେ ବିଶ୍ୱାସ ରଖୁ ଭାଙ୍ଗିବାରେ ନୁହେଁ। ଶିବସେନା ଯାହାକରେ ଦିବା ଆଲୋକରେ କରେ’’।

LEAVE A REPLY

Please enter your comment!
Please enter your name here