ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମହାରାଷ୍ଟ୍ରରେ ସରକାର ଗଠନ ମାମଲାର ଶୁଣାଣି କରି କୋର୍ଟ ମଙ୍ଗଳବାର ସକାଳ ୧୦ ଟା ୩୦ରେ ରାୟ ଦେବେ ବୋଲି କୋର୍ଟ କହିଛନ୍ତି।
ପାଖାପାଖି ୨ ଘଣ୍ଟା ଧରି ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ଫଳରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ଆଶ୍ୱସ୍ତି ମିଳିଛି। କାରଣ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ତାଙ୍କୁ ସମୟ ମିଳିଯାଇଛି।
ଅନ୍ୟପକ୍ଷରେ ୨୪ ଘଣ୍ଟା ମଧ୍ୟରେ ଫ୍ଲୋର ଟେଷ୍ଟ ନେଇ ଶିବସେନା, ଏନସିପି, କଂଗ୍ରେସ ମିଳିତ ଭାବେ କୋର୍ଟରେ ଆବେଦନ କରିଥିଲେ।