ଓଡ଼ିଶାଲାଇଭ୍ ବ୍ୟୁରୋ
(ବରଗଡ଼ରୁ କୃତିକା ଶତପଥୀ): ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଗତ ନଭେମ୍ବର ୨୦ ତାରିଖରେ ବରଗଡ଼ ପୁସ୍ତକ ମେଳା ଉଦଘାଟିତ୍ ହୋଇଯାଇଛି। ଜର୍ଜ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏହି ପୁସ୍ତକ ମେଳା ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।
ବରଗଡ଼ ପୁସ୍ତକ ମେଳାର ଏହା ୧୮ତମ ସଂସ୍କରଣ। ଚଳିତ ଥର ଏହି ପୁସ୍ତକ ମେଳାରେ ଦେଶର ବିଭିନ୍ନ ବିଭାଗର ବହି ସହ ଅନେକ ପ୍ରସିଦ୍ଧ ବିଦେଶୀ ବହି ସ୍ଥାନ ପାଇଛି। ତା’ସହ କେତେକ ସ୍ଥାନୀୟ ଲେଖକଙ୍କର ପୁସ୍ତକ ମଧ୍ୟ ଏହି ମେଳାରେ ମିଳୁଅଛି।
ଗାନ୍ଧୀଙ୍କ ୧୫୦ ତମ ଜନ୍ମଜୟନ୍ତୀ ପାଇଁ ଏହି ପୁସ୍ତକମେଳାର ପରିସରରେ ଏକ ଗାନ୍ଧୀ ସ୍ମୃତି ସ୍ଥଳର ନିର୍ମାଣ କରାଯାଇଛି। ଏହା ଅବିକଳ ଗୁଜୁରାଟର ସାବରମତୀ ଆଶ୍ରମର ସ୍ମୃତି ସ୍ଥଳ ଭଳି ପରିଲିଖିତ ହେଉଛି। ଏଥିରେ ଗାନ୍ଧୀଙ୍କର ଚରଖା ଧରି ସୂତା କାଟୁଥିବା ପ୍ରତିମୂର୍ତ୍ତି ନିର୍ମିତ ହୋଇଛି।
ପୁସ୍ତକମେଳାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ବିଭିନ୍ନ ପ୍ରକାର ଜ୍ଞାନୀ, ଗୁଣୀ ଲୋକମାନଙ୍କୁ ମେଳାକୁ ଆମନ୍ତ୍ରଣ କରି ବିଭିନ୍ନ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପୁସ୍ତକ ମେଳାର ଶେଷ ଦିନରେ ଅନେକ ସାମାଜିକ ଜୀବନର ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିଥିବା ବ୍ୟକ୍ତିବିଶେଷମାନଙ୍କୁ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ରହିଛି।