ଓଡ଼ିଶାଲାଇଭ୍ ବ୍ୟୁରୋ
ଦୌଡ଼ି ଦୌଡ଼ି ବୁଧବାର ସଂସଦରେ ପହଞ୍ଚିଥିଲେ ରେଳମନ୍ତ୍ରୀ ପିୟୂଷ ଗୋଏଲ। ଆଖପାଖରେ ଥିବା ଲୋକ ଗୋଏଲଙ୍କୁ ଚାହିଁ ରହିଥିଲେ। କେହି କିଛି ବୁଝିବା ଆଗରୁ ଗୋଏଲ ଲୋକସଭା ଭିତରକୁ ପ୍ରବେଶ କରିଥିଲେ। ଗୋଏଲଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ କେହି କେହି ତାଙ୍କର ପ୍ରଂଶସା କରୁଥିଲା ବେଳେ କେହି ଟ୍ରୋଲ ମଧ୍ୟ କରିଛନ୍ତି।
କାହିଁକି ଦୌଡ଼ିଲେ ରେଳମନ୍ତ୍ରୀ?
ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ଥିଲା। ଏହି ବୈଠକରେ ସବୁ ମନ୍ତ୍ରୀ ଯୋଗ ଦେଇଥିଲେ। ଏହି ବୈଠକ ସରିବା ପରେ ଲୋକସଭା ପ୍ରଶ୍ନକାଳରେ ଯୋଗ ଦେବା ପାଇଁ ଗୋଏଲ ଦୌଡ଼ି ଦୌଡ଼ି ଯାଇଥିଲେ।
ଗୁଜୁରାଟର ବାରଦୋଲି ସାଂସଦ ପ୍ରଭୁ ବସଓ୍ୱା ଗୋଏଲଙ୍କର ଏହି ଫଟୋକୁ ଟୁଇଟରରେ ପୋଷ୍ଟ କରିଛନ୍ତି।
नव भारत के ऊर्जावान मंत्री आदरणीय @PiyushGoyal जी कैबिनेट मीटिंग की समाप्ति के बाद भागते हुए संसद में पहुँचे ताकि प्रश्न काल में देर ना हो जाए। pic.twitter.com/PwPrERv9zl
— Prabhu Vasava MP (@prabhunvasava) 4 December 2019
‘‘ଆଦରଣୀୟ ମନ୍ତ୍ରୀ ପିୟୂଷ ଗୋଏଲଜୀ କ୍ୟାବିଟେ ମିଟିଙ୍ଗ୍ ସରିବା ପରେ ପ୍ରଶ୍ନକାଳରେ ଭାଗ ନେବା ପାଇଁ ଦୌଡ଼ି ଦୌଡ଼ି ସଂସଦରେ ପହଞ୍ଚିଛନ୍ତି’’, ଟୁଇଟରରେ ଲେଖିଥିଲେ ପ୍ରଭୁ ବସଓ୍ୱା।
ସେହିପରି ଗୋରଖପୁର ସାଂସଦ ତଥା ଅଭିନେତା ରବି କିଷନ ମଧ୍ୟ ଟୁଇଟ କରିଛନ୍ତି।
Minister @PiyushGoyal running to attend question hour on time after the cabinet meeting. Hats off! pic.twitter.com/f2CWqL7NTJ
— Ravi Kishan (@ravikishann) 4 December 2019
‘‘ପ୍ରଶ୍ନକାଳରେ ପହଞ୍ଚିବା ପାଇଁ ପିୟୂଷ ଗୋଏଲ ଦୋଡ଼ି ଦୌଡ଼ି ପହଞ୍ଚିଛନ୍ତି। ସେଥିପାଇଁ ତାଙ୍କୁ ସଲାମ‘‘, ଟୁଇଟରେ ଲେଖିଛନ୍ତି ରବି କିଷନ। ସୋସିଆଲ ମିଡିଆରେ ଅନେକ ଗୋଏଲଜୀ ଟ୍ରେନ୍ ଛାଡ଼ି ଦେଲେ ବୋଲି କମେଣ୍ଟ କରି କହିଛନ୍ତି।















