ଓଡ଼ିଶାଲାଇଭ୍ ବ୍ୟୁରୋ

ବାରବାଟୀ ଦିନିକିଆ ମ୍ୟାଚ ପାଇଁ ପ୍ରସ୍ତୁତି ଜୋର ଧରିଛି। ମ୍ୟାଚ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ବେଳେ ଶନିବାର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ସହ ଡିଜିପି ଓ ପୋଲିସ କମିସନର ମଧ୍ୟ ରହିଥିଲେ।

ଆସନ୍ତା ଡିସେମ୍ଵର ୨୨ ତାରିଖରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ ଖେଳାଯିବ। ଏନେଇ ଷ୍ଟାଡିୟମର ଉନ୍ନତିକରଣ ଚାଲିଛି। ଅନ୍ୟପକ୍ଷରେ ଖେଳାଳିଙ୍କ ସୁରକ୍ଷା ପାଇଁ କମିସନରେଟ ପୋଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

















