ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଧିକାଂଶ ଲୋକଙ୍କର ପ୍ରିୟ ଖାଦ୍ୟରେ ସାମିଲ ଥାଏ ସାହି ପନିର୍। ଏହି ସ୍ୱାଦିଷ୍ଟ ସାହି ପନୀର୍‌ର ମଜା ନେବା ଅନେକ ରେସ୍ତୋରାଁକୁ ଯାଇଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ସହଜ ଉପାୟ କହିବୁ ଯାହାଦ୍ୱାରା ଆପଣ ଘରେ ବି ସହଜରେ ସ୍ୱାଦିଷ୍ଟ ସାହି ପନୀର୍ ତିଆର କରି ଖାଇପାରିବେ।

ଆବଶ୍ୟକୀୟ ସାମଗ୍ରୀ:

ପନୀର: ୨୫୦ ଗ୍ରାମ୍‍

ବାଦାମ: ୧ ଚାମଚ

କାଜୁ : ୫ରୁ ୬ଟି

ଅଦା ଲଙ୍କା ପେଷ୍ଟ: ୨ ଚାମଚ

ତେଲ : ଆବଶ୍ୟକ ଅନୁଯାୟୀ

ମଲାଇ : ୨ ଚାମଚ ଲୁଣ:

ଲଙ୍କାଗୁଣ୍ଡ:

ପିଆଜ: ୩ଟି

ହଳଦୀଗୁଣ୍ଡ :

କସୁରୀ ମେଥି

ମହୁ

ଟାମୋଟୋ

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ କିଛି ଟମାଟୋ ,ପିଆଜ କାଟି ରଖନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାନ୍ତୁ। ଏଥିର ଅଳ୍ପ ଟିକଲ ତେଲ ପକାଇ ପ୍ରଥମେ ଟମାଟେ, ତା’ ପିଆଜ ପକାନ୍ତୁ। ଏଥିରେ ଅଳ୍ପ କେତୋଟି କାଜୁ ଓ ଶୁଖିଲା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ। ଟିକିଏ ପରେ ଏଥିରେ ଅଳ୍ପ ପରିମାଣର ପାଣି ମିଶାନ୍ତୁ। ଏହାପରେ ଏହାକୁ ଘୋଡ଼ାଇ ଦିଅନ୍ତୁ। ଘୋଡ଼ାଇବା ପରେ ଏହି ସବୁର ମିଶ୍ରଣ ହୋଇଯିବ। ଏହାକୁ ଗ୍ରାଇଣ୍ଡିଂ କରି ନିଅନ୍ତୁ, ଗ୍ରାଇଣ୍ଡିଂ ପରେ ଏହାକୁ ଛାଣି ଦିଅନ୍ତୁ।

ଆଉ ଏକ କଡ଼େଇ ଗ୍ୟାସରେ ବସାଇ ଟିକିଏ ତେଲ ପାକାନ୍ତୁ। ଏଥିରେ ଅଳ୍ପ ଟିକିଏ ଅଦା ରସୁଣ ପେଷ୍ଟ, ଡାଲଚିନି, ହଳଦୀ, ତେଜପତ୍ର, କସୁରୀ ମେଥି, ଟମାଟେ ପ୍ୟୁରି ପକାଇ ଏପଟ ସେପଟ କରନ୍ତୁ। କିଛି ସମୟ ପରେ ଗ୍ରାଇଣ୍ଡିଂ କରି ରଖିଥିବା ପେଷ୍ଟକୁ ଆଣି ଏଥିରେ ପକାନ୍ତୁ। ଏହାକୁ କିଛି ସମୟ ଏପଟ ସେପଟ କରିବା ପରେ ଏଥିରେ ଅଳ୍ପ ବାଦାମ ପେଷ୍ଟ ମିଶାନ୍ତୁ। ଏହାପରେ ସ୍ୱାଦ ଅନୁସାରେ ଲୁଣ ଓ ଅଳ୍ପ ଟିକିଏ ମହୁ ପକାନ୍ତୁ।  ଏହା ଫୁଟିବା ପରେ ଭଜା ହୋଇ ରହିଥିବା ପନୀର ପକାନ୍ତୁ।

ଏହା ଫୁଟି ଆସିବା ପରେ ଏଥିରେ ମଲାଇ ଅଳ୍ପ ମିଶାନ୍ତୁ। ତା’ ପରେ ଗ୍ୟାସ ବନ୍ଦ କରି ଟିକିଏ ଗରମ ମସଲା ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାଇଁ ପ୍ରସ୍ତୁତ ହୋଇଗଲା ଗରମାଗରମ୍‌ ସାହି ପନୀର।

Comment