ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଣନ୍ତୁ, କେମିତି କରିବେ ଟେଷ୍ଟି ନବରତ୍ନ ସିମେଇ ଉପମା?
ସାମଗ୍ରୀ
- ସିମେଇ – ୨୫୦ ଗ୍ରାମ୍
- ପନିର – ୫୦ଗ୍ରାମ୍
- ଗାଜର – ୨ଟା
- କ୍ୟାପ୍ସିକମ୍ – ୧ଟା
- ବିନ୍ – ୪୦ଗ୍ରାମ୍
- ପିଆଜ – ୨ଟା
- ଅଙ୍ଗୁର – ୧୦ଟା
- ବିଟ୍ରୁଟ୍ – ୧ଟା
- ଗ୍ରୀନ୍ ମଟର – ୫୦ ଗ୍ରାମ୍
- ସୋରିଷ – ୧ଚାମଚ
- ଲଙ୍କାଗୁଣ୍ଡ – ଅଧାଚାମଚ
- ଲୁଣ ଆବଶ୍ୟକ ଅନୁସାରେ
- ରିଫାଇଣ୍ଡ ତେଲ ଅନୁଯାୟୀ
ପ୍ରଣାଳୀ
ଗ୍ୟାସ୍ରେ ଏକ ପ୍ୟାନ୍ ବସାନ୍ତୁ। ପ୍ରଥମେ ସିମେଇକୁ ତେଲ ଦେଇ ଭଲ ଭାବେ ଭାଜି ଦିଅନ୍ତୁ। ଏହାପରେ ସିମେଇରେ ପାଣି ଦେଇ ସିଝାନ୍ତୁ। ସିମେଇ ସିଝିଗଲା ପରେ କଡ଼େଇରୁ କାଢ଼ି ଦିଅନ୍ତୁ।
ଏବେ ଆଉ ଗୋଟେ ପ୍ୟାନ୍ ଗ୍ୟାସ୍ରେ ବସାନ୍ତୁ। ଏବେ ରିଫାଇଣ୍ଡ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ କଟା ଗାଜର, କଟା କ୍ୟାପ୍ସିକମ୍, କଟା ବିନ୍, କଟା ପିଆଜ, ଗ୍ରୀନ୍ ମଟର ପକାଇ ଭାଜନ୍ତୁ। ପରିବା ଭଲ ଭାବରେ ଭାଜି ହୋଇଗଲେ ଏକ ପାତ୍ରରେ କାଢ଼ି ଦିଅନ୍ତୁ। ଏବେ ସେହି କଡ଼େଇରେ ବିଟ୍ ରୁଟ୍ ପକାଇ ଭାଜି ଦିଅନ୍ତୁ, ଭାଜି ହୋଇଗଲା ପରେ ଏହାକୁ ଅଲଗା ରଖନ୍ତୁ। ତା’ପରେ ଗ୍ୟାସ୍ରେ କଡ଼େଇ ବସାଇ ତେଲ ଦିଅନ୍ତୁ। ତେଲ ଗରମ ହୋଇଗଲେ ସୋରିଷ ପକାଇ ଫୁଟାନ୍ତୁ। ଏହାପରେ ସମସ୍ତ ଭଜା ପରିବାକୁ ପକାନ୍ତୁ। ଏବେ ଏଥିରେ ଆବଶ୍ୟକ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ତା୩ପରେ ସେଥିରେ ସିଝା ସିମେଇକୁ ପକାଇ ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଟେଷ୍ଟି ନବରତ୍ନ ସିମେଇ ଉପମା।
















