ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପକ୍ରିୟାକୁ ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ପଟିୟାଲା ହାଉସ କୋର୍ଟ। ଅପରାଧୀମାନେ ନିଜକୁ ଶେଷଥର ପାଇଁ ବଞ୍ଚାଇବା ପାଇଁ ପ୍ରୟାସ କରିନିଅନ୍ତୁ ବୋଲି କୋର୍ଟ କହିଛନ୍ତି। କୋର୍ଟଙ୍କ ଏପରି ନିଷ୍ପତ୍ତି ପୀଡ଼ିତାଙ୍କ ମା’ଙ୍କ ଆଖିରେ ଲୁହ ନେଇ ଆସିଛି।

ବୁଧବାର ସୁପ୍ରିମକୋର୍ଟରେ ନିର୍ଭୟା ଅପରାଧୀ ସଞ୍ଜୟ ସିଂ’ର ପୁନର୍ବିଚାର ମାମଲା ଖାରଜ ହୋଇସାରିଛି। ଏହାପରେ ଦୋଷୀମାନଙ୍କର ଦଣ୍ଡବିଧାନ ପାଇଁ ପଟିୟାଲା କୋର୍ଟରେ ବିଚାର ଚାଲିଛି।କୋର୍ଟ ଏହାର ବିଚାର କରି କହିଛନ୍ତି, “ମୁଁ ତୁମମାନଙ୍କୁ ଆଗାମୀ ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ମହଲତ ଦେଉଛି। ଏହି ଦିନ ଭିତରେ ତୁମେମାନେ ନିଜର ଜୀବନରକ୍ଷା କରିବାକୁ ଚେଷ୍ଟା କରିନିଅ। ଯଦି ତୁମେ ମୃତ୍ୟୁଦଣ୍ଡର ରାଜକ୍ଷମା ପାଇବାକୁ ଚାହୁଁଛ ତେବେ ସେଥିପାଇଁ ଆବେଦନ କରିପାର।”

ପଟିୟାଲା କୋର୍ଟଙ୍କ ଏପରି ନିଷ୍ପତ୍ତି ପରେ ପୀଡ଼ିତାଙ୍କ ମା’ଙ୍କ ଆଖିରେ ଲୁହ ନେଇ ଆସିଛି। ପୀଡ଼ିତାଙ୍କ ମା’ କହିଛନ୍ତି ଯେ, କୋର୍ଟ କେବଳ ଦୋଷୀମାନଙ୍କ ଅଧିକାରକୁ ଦେଖୁଛି କିନ୍ତୁ ଆମମାନଙ୍କର ଅଧିକାର କଥା କେଉଁଠି ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି।

Comment