ଓଡ଼ିଶାଲାଇଭ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ନାଗରିକତା ସଂଶୋଧନ ଆଇନର ସାମ୍ବିଧାନିକ ବୈଧତା ନେଇ କୋର୍ଟ କେନ୍ଦ୍ରକୁ ଜବାବ ମାଗିଛନ୍ତି। ଜାନୁଆରି ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହାର ଜବାବ ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ସମୟ ଦେଇଛନ୍ତି।

ଅନ୍ୟପକ୍ଷରେ ସିଏଏ ଉପରେ ରହିତାଦେଶ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏଥସହିତ ସିଏଏ ବିରୋଧରେ ହୋଇଥିବା ସମସ୍ତ ଆବେଦନର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଡିସେମ୍ବର ୨୨କୁ ଧାର୍ଯ୍ୟ କରିଛନ୍ତି।

ଏହି ଆଇନ ବିରୋଧରେ ମୋଟ ୫୯ଟି ଆବେଦନ ହୋଇଛି। ପ୍ରଧାନ ବିଚାରପତି ଏସ୍‌. ଏ. ବୋବଡ଼େ, ବିଚାରପତି ବିଆର୍‌ ଗାଓ୍ଵାଇ ଏବଂ ସୂର୍ଯ୍ୟକାନ୍ତଙ୍କ ତିନିଜଣିଆ ଖଣ୍ଡପୀଠ ପିଟିସନ୍‌ର ଶୁଣାଣି କରିଛନ୍ତି।

Comment