ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁରର ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁ’ରେ ଥାନାରେ ଏତଲା ଦେଲା ପୋଲିସ। ଗୁରୁବାର ବିବାଦୀୟ ମନ୍ତବ୍ୟ ଦେଇଥିବା କାରଣରୁ ଥାନାରେ ଏନେଇ ନିଜ ଆଡୁ ଏତଲା ଦେଇଛି ନବରଙ୍ଗପୁର ଜିଲ୍ଲା ପୋଲିସ୍।ଗୁରୁବାର କୋଷାଗୁମୁଡା ବ୍ଲକର ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦ କରି ୧୨ ଘଣ୍ଟିଆ ନବରଙ୍ଗପୁର ଜିଲ୍ଲା ବନ୍ଦର ଡାକରା ଦେଇଥିଲା କଂଗ୍ରେସ। ଏହି ସମୟରେ କଂଗ୍ରେସ ନେତା ପ୍ରଦୀପ ମାଝୀ ତାଙ୍କ ଦଳୀୟ କର୍ମୀଙ୍କୁ ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖ, କହିବା ପରେ ସାଙ୍ଗେ ସାଙ୍ଗେ ନିଆଁ ଲଗେଇଦେବ ବୋଲି ଫୋନରେ କହୁଥିବା ବେଳର ଭିଡିଓ ଭାଇରାଲ୍ ହୋଇଥିଲା।ଏହାପରେ ଶୁକ୍ରବାର ନବରଙ୍ଗପୁର ପୋଲିସ ନିଜ ତରଫରୁ ଟାଉନ୍ ଥାନାରେ ଏତଲା ଦାୟର କରିଛି। ପୋଲିସ୍ ପ୍ରଦୀପ ମାଝୀଙ୍କ ସହ ଆଉ ୧୫ ଜଣଙ୍କ ନାଁ’ରେ ମଧ୍ୟ ଏତଲା ଦାୟର ହୋଇଛି। ଏତଲା ଦାୟର ହେବା ପରେ ମାମଲା ରୁଜୁ କରି ପୋଲିସ ବର୍ତ୍ତମାନ ଛାନଭିନ୍ ଆରମ୍ଭ କରିଛି। ପୋଲିସ୍ ପ୍ରଦୀପଙ୍କ ନାଁ’ରେ ଦଫା ୧୪୭, ୩୪୧, ୩୫୩, ୨୮୩, ୫୦୬, ୪୩୫ରେ ମାମଲା ରୁଜୁ କରିଛି। ଏହାସହ ତାଙ୍କ ନାଁ’ରେ ୧୨୦(ଖ) ଏବଂ ୩ ପିଡିପିପି ଦଫାରେ ମଧ୍ୟ ମାମଲା ରୁଜୁ ହୋଇଛି।

 

LEAVE A REPLY

Please enter your comment!
Please enter your name here