ଓଡ଼ିଶାଲାଇଭ୍ ବ୍ୟୁରୋ

ଜନଜାତି ସମୁଦାୟଙ୍କ ଉନ୍ନତି ପାଇଁ ସ୍ୱର ଉଠାଉଥିବା ନେତା ହେଉଛନ୍ତି ପ୍ରଦୀପ ମାଝୀ। ୨୦୦୯ ଲୋକସଭା ନିର୍ବାଚନରେ ସେ ନବରଙ୍ଗପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ପ୍ରଦୀପ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ।

ନିକଟରେ ୫୦ ବର୍ଷ ବୟସରେ ବିବାହ କରିଛନ୍ତି ପ୍ରଦୀପ ମାଝୀ। ଅନ୍ୟ ଜାତିରେ ବିବାହ କରିଥିବାରୁ ନିଜ ସମାଜରୁ ତାଙ୍କୁ ବାସନ୍ଦ ହେବାକୁ ପଡ଼ିଛି। ତଥାପି ସେ ଜନଜାତି ସମୁଦାୟଙ୍କ ଶିକ୍ଷା, ଅର୍ଥନୈତିକ ବିକାଶ ପାଇଁ ଲଢ଼େଇ ଜାରି ରଖିଛନ୍ତି।

କୌଣସି କ୍ଷେତ୍ରରେ ଅନ୍ୟମାନଙ୍କଠାରୁ ନିଜକୁ କମ୍ ଭାବନ୍ତିନି ପ୍ରଦୀପ। ଆଦିବାସୀ ଯୁବକ ହୋଇ ମଧ୍ୟ ସବୁ କ୍ଷେତ୍ରରେ ସମସ୍ତଙ୍କୁ ମୁଁ ଟକ୍କର ଦେଇପାରିବେ ବୋଲି ସେ କୁହନ୍ତି।

ଭଲଲୋକ ରାଜନୀତିକୁ ଆସିବା ଦରକାର। ଯେଉଁମାନେ ରାଜନୀତିକୁ ଆସୁଛନ୍ତି ସେମାନେ କ୍ଷମତା ପଛରେ ନଧାଇଁ ଲୋକଙ୍କ ସାମାଜିକ ନ୍ୟାୟ ପାଇଁ ଲଢ଼େଇ କରିବା ଆବଶ୍ୟକ ବୋଲି କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ।

ବିଜୁ ଜନତା ଦଳର ପରାଜୟ ପଛରେ ରହିଛି ଅନେକ କାରଣ। କାହିଁକି ଗତ ନିର୍ବାଚନରେ ଦଳ ହାରିଲା ତା’ର କାରଣ କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ। ଦେଖନ୍ତୁ ଭିଡିଓ।

Tags: #Politics #OdishaPolitics #PradeepMajhi #Politician #Interview #Odisha

Comment