ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉରୀ-ଦ ସର୍ଜିକଲ ଷ୍ଟ୍ରାଇକ୍‌ରେ ଜବରଦସ୍ତ ଅଭିନୟ କରି ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଭିକି କୌଶଳ ଆଉ ଏକ ଫିଲ୍ମ ନେଇ ଆସୁଛନ୍ତି। କ୍ରାନ୍ତିକାରୀ ସରଦାର ଉଦ୍ଧାମ ସିଂହଙ୍କ ବାୟୋପିକ୍‌ରେ ମୁଖ୍ୟ ଭୂମିକାରେ ନିଜର ଆସିବେ ଭିକ୍କି କୌଶଳ। ବର୍ତ୍ତମାନ ଫିଲ୍ମର ସୁଟିଂ ସରିଯାଇଥିବା ନିର୍ଦ୍ଦେଶକ ସୁଜିତ ସରକାର ସୂଚନା ଦେଇଛନ୍ତି।

ଉଦ୍ଧାମ ସିଂହଙ୍କ ବାୟୋପିକ୍‌ର ସୁଟିଂ ଶେଷ ହେବା ପରେ ନିର୍ଦ୍ଦେଶକ ସୁଜିତ ସରକାର ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି,” ଏହି ଫିଲ୍ମ ସୁଟିଂ ଶେଷ ହେବା ପରେ ମୁଁ ଆଶ୍ଚର୍ଯ୍ୟ ଥିଲି। ମୁଁ କେବେ ବି ଚାହୁଁନଥିଲି କି ଫିଲ୍ମର ସୁଟିଂ ସରୁ। ମୁଁ ତାଙ୍କୁ ଜୀବନ୍ତ ଦେଖିପାରିଥାନ୍ତି କି? ଏହି ଅବସରରେ ମୁଁ ମୋ ଟିମ୍‌କୁ ଧନ୍ୟବାଦ ଜଣାଉଛି।”

ଭିକି କୌଶ ଏହି ଫିଲ୍ମରେ ସରଦାର ଉଦ୍ଧାମ ସିଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ସୁଟିଂ ବର୍ତ୍ତମାନ ସରିଯାଇଥିବା ବେଳେ ଆସନ୍ତାବର୍ଷ ଗାନ୍ଧୀ ଜୟନ୍ତୀରେ ଫିଲ୍ମ ବଡ଼ ପରଦାରେ ରିଲିଜ ହେବ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment