ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିକା ପଡ଼ିପାରେ ନୂଆବର୍ଷ। ଜାନୁଆରି ୧ ତାରିଖରୁ ୪ ତାରିଖ ଯାଏଁ ବର୍ଷା ସମ୍ଭାବନା। ନୂଆବର୍ଷଠାରୁ ରାଜ୍ୟର କେତକ ସ୍ଥାନରେ ସ୍ଵଳ୍ପଧରଣ ବର୍ଷା ହେବାର ଅନୁମାନ କରାଯାଉଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗତ କିଛିଦିନ ହେବ କୋହଲା ପାଗ ଯୋଗୁଁ ରାଜ୍ୟରେ ପ୍ରବଳ ଶୀତ ଅନୁଭବ ହେଉଛି। ୧୧ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ ରହୁଥିବା ବେଳେ କେନ୍ଦୁଝର, ଅନୁଗୁଳ, ବାଲେଶ୍ଵର, ଦେବଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ କୋଲ୍ଡ ଓ୍ଵେଭ୍‌ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ନୂଆବର୍ଷଠାରୁ ସ୍ଵଳ୍ପଧରଣର ବର୍ଷା ରାଜ୍ୟରେ ଲାଗି ରହିଲେ ଶୀତ ମଧ୍ୟ ବଢ଼ିବାର ସମ୍ଭାବନା ରହିଛି। କିଛି ଦିନ ହେବ ରାଜ୍ୟରେ କୋହଲା ପାଗ ଯୋଗୁଁ ପ୍ରବଳ ଜାଡ଼ ଅନୁଭବ ହେଉଛି।

Comment