ଓଡ଼ିଶାଲାଇଭ୍ ବ୍ୟୁରୋ

ସଞ୍ଜୁ ଫିଲ୍ମର ସଫଳତା ପରେ ବର୍ତ୍ତମାନ ବଲିଉଡ୍ ଚକଲେଟ୍ ଷ୍ଟାର ରଣବୀର କପୁର ବ୍ରହ୍ମାସ୍ତ୍ର ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଅନ୍ୟପକ୍ଷରେ ଅଜୟ ଦେବଗନ୍ଙ୍କ ଅପ୍କମିଂ ଫିଲ୍ମ ‘ତାନାଜୀ’ ରିଲିଜ୍ ଅପେକ୍ଷାରେ ରହିଛି। ଦୀର୍ଘ ୧୦ ବର୍ଷ ପରେ ଏବେ ଗୋଟିଏ ପରଦାରେ ନଜର ଆସିବେ ରଣବୀର କପୁର ଏବଂ ଅଜୟ ଦେବଗନ୍।
ଏମାନଙ୍କୁ ଏକାଠି ଗୋଟିଏ ଫିଲ୍ମରେ ଆଣିବାକୁ ଯାଉଛନ୍ତି ଫିଲ୍ମ ନିର୍ମାତା ଲଭ୍ ରଞ୍ଜନ। ‘ପ୍ୟାର୍ କା ପଞ୍ଚ ନାମା’, ‘ସୋନୁ କି ଟିଟୁ କି ସ୍ୱିଟି’ ଭଳି ଜବରଦସ୍ତ ଫିଲ୍ମ ଦେଇଥିବା ଲଭ ରଞ୍ଜନ ବର୍ତ୍ତମାନ ରଣବୀର-ଅଜୟଙ୍କୁ ଗୋଟିଏ ସ୍କ୍ରିନ୍ରେ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ଦୁଇ କଳାକାର ରାଜିଥିବା ମଧ୍ୟ ଜଣାପଡ଼ିଛି।
ବର୍ତ୍ତମାନ ଫିଲ୍ମର ନାଁ ଜଣାପଡ଼ିନାହିଁ। କୁହାଯାଉଛି ଲଭ୍ ରଞ୍ଜନଙ୍କ ଏହି ଫିଲ୍ମରେ ଦୀପିକା ପାଦୁକୋନ୍ ନାୟିକା ଭୂମିକାରେ ନଜର ଆସିବେ। ତେବେ ଏଥିରେ କେତେ ଦୁର ସତ୍ୟତା ରହିଛି ତାହା ଆଗାମୀ ଦିନରେ ଜଣାପଡ଼ିବ।
ସୂଚନାଯୋଗ୍ୟ, ୨୦୧୦ ମସିହାରେ ରିଲିଜ୍ ହୋଇଥିବା ରାଜନୀତି ଫିଲ୍ମରେ ରଣବୀର କପୁର ଏବଂ ଅଜୟ ଦେବଗନ୍ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରିପାରିନଥିଲା। ହେଲେ ଦୁଇ କଳାକାରଙ୍କ ଅଭିନୟକୁ ଦର୍ଶକ ବେଶ୍ ପ୍ରଶଂସା କରିଥିଲେ। ବର୍ତ୍ତମାନ ଦୁଇ କଳାକାରଙ୍କୁ ଗୋଟିଏ ସ୍କ୍ରିନ୍ରେ ଦର୍ଶକ ପୁଣିଥରେ ଦେଖିପାରିବେ।
ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX








