ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଡୁଚେରୀ କୃଷି ମନ୍ତ୍ରୀଙ୍କ ଗାଡ଼ିରେ ତେଲ ପକାଇବାକୁ ମନା କରିଦେଲା ପେଟ୍ରୋଲ ପମ୍ପ ।

ମନ୍ତ୍ରୀଙ୍କ ଗାଡ଼ିରେ ତେଲ ପକାଇଲାନି ପେଟ୍ରୋଲ ପମ୍ପ। ଶେଷରେ ବାଧ୍ୟ ହୋଇ ମନ୍ତ୍ରୀ ବସରେ ବସି କ୍ୟାବିନେଟ୍ ବୈଠକକୁ ଗଲେ। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପୁଡୁଚେରୀରେ ଜଣେ ମନ୍ତ୍ରୀଙ୍କ ସହ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

ପୁଡୁଚେରୀ ସରକାରଙ୍କ କୃଷି ମନ୍ତ୍ରୀ ଆର୍ କମଲାକନ୍ନ ଶୁକ୍ରବାର କ୍ୟାବିନେଟ୍ ବୈଠକ ପାଇଁ କରାଇକଲରୁ ପୁଡୁଚେରୀ ଯିବାର ଥିଲା। ସେଥିପାଇଁ ତାଙ୍କର କାର୍ ତେଲ ପକାଇବାକୁ ଏକ ପେଟ୍ରୋଲ ପମ୍ପ ପାଖକୁ ଯାଇଥିଲା। କିନ୍ତୁ ପେଟ୍ରୋଲ ପମ୍ପ ମାଲିକ ମନ୍ତ୍ରୀଙ୍କ ଗାଡ଼ିରେ ତେଲ ପକାଇବାକୁ ସିଧା ସିଧା ମନା କରିଦେଇଥିଲେ।

ଏହାପରେ ଶେଷରେ ଅନ୍ୟ କୌଣସି ଉପାୟ ନପାଇ ମନ୍ତ୍ରୀ ଏକ ସାଧାରଣ ବସରେ ବସି  ପୁଡୁଚେରୀ ଯାଇଛନ୍ତି। ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକମାନେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଆଲୋଚନା କରିବା ଆରମ୍ଭ କରିଦେଇଛନ୍ତି।

ଏହାର କାରଣ ହେଲା ସେହି ପେଟ୍ରୋଲ ପମ୍ପ ଉପରେ ରାଜ୍ୟ ସରକାରଙ୍କ ପ୍ରାୟ ଦେଢ଼ କୋଟି ଟଙ୍କା ବକେୟା ରହିଛି। ଏପରିକି କେବଳ ମନ୍ତ୍ରୀମାନଙ୍କର ୫୦ଲକ୍ଷ ଟଙ୍କାର ତେଲ ପେଟ୍ରୋଲ ପମ୍ପରେ ବାକି ପଡ଼ିଛି, ତେଣୁ ଶେଷରେ ପେଟ୍ରୋଲ ପମ୍ପର ମାଲିକ ବାଧ୍ୟ ହୋଇ ଏପରି କରିଛନ୍ତି ବୋଲି କୁହାଯାଇଛି।

Comment