ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ୨୬, ଗଣତନ୍ତ୍ର ଦିବସରେ ପାଇଁ ପରେଡର ନେତୃତ୍ୱ ନେବେ କ୍ୟାପଟନ ତାନ୍ୟା ସେରଗିଲ। ତାଙ୍କ ନେତୃତ୍ୱରେ ଦିଲ୍ଲୀ ରାଜପଥରେ ପରେଡ କରିବେ ଯବାନ।
ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା..
ତାନ୍ୟା ସେନାର ସିଗନାଲ୍ସ କୋରରେ କ୍ୟାପଟେନ ଅଛନ୍ତି।
ପଞ୍ଜାବରେ ଜନ୍ମିତ ତାନ୍ୟା ତାଙ୍କ ପରିବାରର ଚତୁର୍ଥ ପିଢ଼ି ଯିଏ ସେନାରେ ନିୟୋଜିତ ହୋଇ ଦେଶ ସେବା କରୁଛନ୍ତି।
ତାନ୍ୟା ଇଲେକଟ୍ରୋନିକ୍ସ ଓ କମ୍ୟୁନେକେସନରେ ବିଟେକ୍ କରିଛନ୍ତି।
ତାନ୍ୟାଙ୍କ ପୂର୍ବରୁ ଗଣତନ୍ତ୍ର ଦିବସରେ ମହିଳା ଅଧିକାରୀ ଭାବେ ଗତବର୍ଷ କ୍ୟାପଟେନ ଭାବନା କସ୍ତୁରୀ ପରେଡର ନେତୃତ୍ୱ ନେଇଥିଲେ।
୭୨ତମ ସେନା ଦିବସରେ ଦଲ୍ଲୀର ଛାଓ୍ୱନୀ କରିଅପ୍ପା ପରେଡ୍ ମଇଦାନରେ ଆୟୋଜିତ ପରେଡ୍ର ନେତୃତ୍ୱ ନେଇଥିଲେ କ୍ୟାପଟେନ ତାନ୍ୟା ସରଗିଲ୍।