ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍। ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀର ସମସ୍ତ ୭୦ଟି ଆସନରେ ଭୋଟ୍‌ ଗ୍ରହଣ ହେବ। ଏହାପରେ ଫେବ୍ରୁଆରି ୧୧ରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ। ମଙ୍ଗଳବାର ଏନେଇ ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଘୋଷଣା କରାଯାଇଛି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜାନୁଆରି ୧୦ ତାରିଖରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଜାନୁଆରି ୧୭ ତାରିଖରେ ପ୍ରାର୍ଥିପତ୍ର ଦାଖଲ ସରିବ। ଏହାପରେ ଜାନୁଆରି ୧୮ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଜାନୁଆରି ୨୦ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି।

ଦିଲ୍ଲୀର ୭୦ଟି ଆସନ ମଧ୍ୟରୁ ୫୮ଟି ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୧୨ଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ଏହି ନିର୍ବାଚନ ପାଇଁ ୧୩ ହଜାର ୩୩ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ।

ଦିଲ୍ଲୀରେ ଭୋଟ ଭୋଟରଙ୍କ ସଂଖ୍ୟା ହେଉଛି ପ୍ରାୟ ୧ କୋଟି ୫୫ ଲକ୍ଷ। ସେମାନଙ୍କ ଭିତରୁ ୮୩ ଲକ୍ଷ ୪୯ ହଜାର ପୁରୁଷ ଭୋଟର ରହିଥିବାବେଳେ ୭୧ ଲକ୍ଷ ୭୪ ହଜାର ହେଉଛନ୍ତି ମହିଳା ଭୋଟର। ସେହିପରି ୧୨୬୧ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ମୋଟ ଭୋଟରଙ୍କ ମଧ୍ୟରେ ୩୦ ବର୍ଷରୁ କମ ଯୁବ ଭୋଟରଙ୍କ ସଂଖ୍ୟା ରହିଛି ପ୍ରାୟ ୨୫ ଲକ୍ଷ ୮୯ ହଜାର।

 ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଥର ତ୍ରିକୋଣୀୟ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି। ଶାସକ ଆମ୍‌ ଆଦ୍‌ମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ଭିତରେ ଜୋରଦାର ଟକ୍କର ହେବାର ସମ୍ଭାବନା ରହିଛି।

Tags: #DelhiAssemblyElection2025 #Voters #Vote #Politics #ECI #Delhi

LEAVE A REPLY

Please enter your comment!
Please enter your name here