ଓଡ଼ିଶାଲାଇଭ୍ ବ୍ୟୁରୋ
୪ ରାଜ୍ୟସଭା ଆସନକୁ ନେଇ ସୁର କଷିଲେ ଗଣିତ। କହିଲେ – ବିଜେଡି ୨, ବିଜେପି ୨।
ଓଡ଼ିଶାରୁ ୪ଟି ରାଜ୍ୟସଭା ଆସନ ପାଇଁ ଏପ୍ରିଲ ମାସରେ ହେବ ନିର୍ବାଚନ। ଏହି ୪ଟି ଆସନରେ କିଏ ପ୍ରାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କଂଗ୍ରେସ ନେତା ସୁର ରାଉତରାୟ ଗଣିତ କଷିଛନ୍ତି। ବିଜେଡି ଓ ବିଜେପି ଭାଗବାଣ୍ଟି ଦୁଇ ଦୁଇଟି ଆସନ ନେଇଯିବେ ବୋଲି ସୁର କହିଛନ୍ତି।
‘‘ବିଧାନସଭାରେ ଆମର ବଳ ନାହିଁ। ଆମେ ମାତ୍ର ୯ ଜଣ ବିଧାୟକ। ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେଇ ଅପଦସ୍ତ ହେବୁ କାହିଁକି? ୪ଟି ଆସନରୁ ବିଜେଡି ୨ଟି ଏବଂ ବିଜେପି ୨ଟି ଆସନ ଅକ୍ତିଆର କରିନେବ। ଆମେ ସମର୍ଥନ ଦେବୁ କି ନାହିଁ ତାହା ଦଳ ବିଚାର କରିବ। ସୋନିଆ ଗାନ୍ଧୀ ଆମର ନେତ୍ରୀ। ସେ ଯହାକୁ କହିବେ ଆମେ ତାକୁ ସମର୍ଥନ ଦେବୁ’’, କହିଛନ୍ତି ସୁର ରାଉତରାୟ।
ପୌର ନିର୍ବାଚନ ସମ୍ପର୍କରେ ମଧ୍ୟ ସୁର ମତ ରଖିଛନ୍ତି। ସେ କହିଛନ୍ତି ଯେ, ଝାଡ଼ଖଣ୍ଡ, ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶରେ ଆମ ଦଳ ସରକାରକୁ ଆସିବା ପରେ ଓଡ଼ିଶାରେ ବିଜେଡି ଭୟଭୀତ ହୋଇଯାଇଛି। ଏଣୁ କୋର୍ଟରେ କେସ୍ ଅଛି କହି ପୌର ନିର୍ବାଚନ କରୁ ନାହାନ୍ତି। ଯେତେବେଳେ ନିର୍ବାଚନ ହେଲେ ବି ପୌରାଞ୍ଚଳବାସୀ କଂଗ୍ରେସକୁ ଭୋଟ ଦେବେ।








୪ ରାଜ୍ୟସଭା ଆସନକୁ ନେଇ ସୁର କଷିଲେ ଗଣିତ। କହିଲେ – ବିଜେଡି ୨, ବିଜେପି ୨।









