ଓଡ଼ିଶାଲାଇଭ୍ ବ୍ୟୁରୋ

୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ଵକପ୍ ସେମିଫାଇନାଲରେ ଭାରତ। କ୍ଵାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ୭୪ ରନ୍ରେ ହରାଇ ସେମିରେ ପ୍ରବେଶ କରିଛି ଭାରତ। ଭାରତ ପକ୍ଷରୁ ସର୍ବାଧିକ ୪ଟି ଓ୍ଵିକେଟ ନେଇଥିବ କାର୍ତ୍ତିକ ତ୍ୟାଗୀ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ପାଇଁ ଆସିଥିବା ଭାରତୀୟ ଦଳ ପକ୍ଷରୁ ଦୁଇ ଓପନର ବ୍ୟାଟିଂ ଆରମ୍ଭ କରିଥିଲେ। ହେଲେ ବେଶୀ ସମୟ ତିଷ୍ଠି ପାରିନଥିଲା ଏହି ଯୋଡ଼ି। ଗୋଟିଏ ପଟରେ ଯଶସ୍ଵି ଜୟଶ୍ଵାଲ ଦମଦାର ବ୍ୟାଟିଂ କରୁଥିଲା ବେଳେ ଅନ୍ୟପଟରେ ଗୋଟିଏ ପଟରେ ଗୋଟିଏ ପାଭିଲିୟନ ଫେରୁଥିଲେ।
ଯଶସ୍ଵି ଜୟଶ୍ଵାଲ ମଧ୍ୟ ୬୨ ରନ୍ରେ ଆଉଟ ହୋଇଯାଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଆଥର୍ବ ଆନକୋଲେକର ଓ ରବି ବିଷ୍ନୋଇ ପାଳି ସମ୍ଭାଳିଥିଲେ। ଦଳ ପକ୍ଷରୁ ଆନକୋଲେକର ୫୫ ଓ ରବି ବିଷ୍ନୋଇ ୩୦ ରନ୍ କରିଥିଲେ। ଫଳରେ ଦଳ ୨୩୩ ରନ୍ କରିବାକୁ ସକ୍ଷମ ହୋଇଥିଲା।
ପରେ ୨୩୪ ରନ୍ର ଟାର୍ଗେଟ ନେଇ ବ୍ୟାଟିଂ ଆସିଥିବା ଅଷ୍ଟ୍ରେଲିଆ ଦଳ ଭାରତୀୟ ବୋଲରଙ୍କ ସାମ୍ନା କରିପାରିନଥିଲେ। ସାମ ଫାନିଙ୍ଗଙ୍କୁ ଛାଡ଼ି ଦେଲେ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ। ସାମ ଫାଇନିଙ୍ଗ ୭୫ ରନ୍ କରିଥିଲେ। ପରେ ଅଷ୍ଟ୍ରେଲିଆ ୧୫୯ ରନ୍ରେ ଅଲଆଉଟ ହୋଇଯାଇଥିଲା। ସେହିପରି ଭାରତ ପକ୍ଷରୁ କାର୍ତ୍ତିକ ତ୍ୟାଗୀ ୪ ଓ ଆକାଶ ସିଂ ୩ଟି ଓ୍ଵିକେଟ ନେଇଥିଲେ।


















