ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାବିଶ୍ୱକୁ ଏବେ କୋରୋନା ଭାଇରସ୍‌ ଚିନ୍ତା। ଏହି ଭାଇରସକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ବିଶ୍ୱବାସୀ। ଏଭଳି ସ୍ଥିତିରେ ଏହି ଭାଇରସଠୁ ନିଜକୁ କେମିତି ସୁରକ୍ଷିତ ରଖିବେ ତାହା ସମସ୍ତଙ୍କ ପାଇଁ ଜାଣିବା ନିହାତି ଜରୁରୀ।

  • ଖାଇବା ପୂର୍ବରୁ ହାତକୁ ଭଲରେ ସାବୁନ ବା ହ୍ୟାଣ୍ଡଓ୍ୱାସରେ ରଗଡ଼ି ଧୁଅନ୍ତୁ।
  • ଯେତେବେଳେ ବି କାଶ ବା ଛିଙ୍କ ହେଉଛି ସେତେବେଳେ ରୁମାଲ ବା ଟିସ୍ୟୁ ପେପର ବ୍ୟବହାର କରନ୍ତୁ। ଏହାକୁ ବ୍ୟବହାର କରିବା ପରେ ତୁରନ୍ତ ଫିଙ୍ଗି ଦିଅନ୍ତୁ। ହାତକୁ ଭଲ କରି ଧୋଇ ଦିଅନ୍ତୁ।
  • ଆଖି, ପାଟି,ନାକକୁ ନଛୁଇଁବାକୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ। କାରଣ ଆଖି, ନାକ, ପାଟି ମାଧ୍ୟମରେ
    ଏହି ଭାଇରସ ବ୍ୟାପିବାର ଅଧିକ ଆଶଙ୍କା ରହିଛି।
  • ଯଦି କୌଣସି ବ୍ୟକ୍ତିଙ୍କୁ ଜ୍ୱର ବା କାଶ ହୋଇଛି ତେବେ ତାଙ୍କଠୁ ନିଜକୁ ଦୂରେଇ ରଖନ୍ତୁ। ଯଦିବି ଆପଣ ତାଙ୍କ ସଂପର୍କରେ ଆସୁଛନ୍ତି ତ ସାମାନ୍ୟ ସାବଧାନତା ଅପଣେଇ ପାରିବେ।
  • ଯଦି ଆପଣଙ୍କୁ ଜ୍ୱର, କାଶ ବା ନିଶ୍ୱାସ ନେବାରେ ଅସୁବିଧା ହେଉଛି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
  • ବଜାରରେ ବା କୌଣସି ସର୍ବ ସାଧାରଣ ସ୍ଥାନରେ ବୁଲାବୁଲି କରିବା ବେଳେ ମାସ୍କ ପିନ୍ଧନ୍ତୁ। ଘରକୁ ଫେରିବା ପରେ ହାତ ପାଦକୁ ପରିଷ୍କାର କରନ୍ତୁ।
  • ମାଂସ, କଞ୍ଚାକ୍ଷୀର ଭଳି ଖାଦ୍ୟରୁ ଦୂରେଇ ରହନ୍ତୁ। ସେହିପରି ଯେପରିକି ପାର୍କ, ମଲ, ସିନେମା ହଲ ପ୍ରଭୃତିକୁ ଯାଆନ୍ତୁ ନାହିଁ। କାରଣ ସେଠାରୁ ଏହି ଭାଇରସ ବ୍ୟାପିବାର ଅଧିକ ଆଶଙ୍କା ଥାଏ।

Comment