ଓଡ଼ିଶାଲାଇଭ୍ ବ୍ୟୁରୋ

ପନିରରେ ପ୍ରସ୍ତୁତ ବିଭିନ୍ନ ଆଇଟମ୍‌ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କିଛି ଲୋକଙ୍କ ଘରେ ମାଇକ୍ରୋଓ୍ୱେଭ୍‌ ବା ତନ୍ଦୁର ଚୂଲ୍ଲୀ ନ ଥିବାରୁ ଏହାକୁ ଘରେ ପ୍ରସ୍ତୁତ କରିପାରନ୍ତି ନାହିଁ। ତେବେ ଜାଣନ୍ତୁ ବିନା ମାଇକ୍ରୋଓ୍ୱେଭ୍‌ରେ କେମିତି ପ୍ରସ୍ତୁତ କରିବେ ପନିର ଟିକ୍କା।

ଗୋଟେ ପାତ୍ରରେ ବେସନ ତିନି ଚାମଚ, ଦହି, ଅଦା ରସୁଣ ପେଷ୍ଟ ଅଧ ଚାମଚ, କଟା କଞ୍ଚା ଲଙ୍କା, ସୋରିଷ ତେଲ, ଲେମ୍ବୁ ରସ, ନାଲି ଲଙ୍କା ଗୁଣ୍ଡ, ଲୁଣ ସ୍ୱାଦ ଅନୁସାରେ, ଧନିଆ ପାଉଡର, ଗରମ ମସଲା ଗୁଣ୍ଡକୁ ମିଶାଇ ଦେବେ। ଏବେ ଏହି ମିଶ୍ରଣରେ ପନିର ପକାଇ ମ୍ୟାରିନେଟ୍‌ କରିଦିଅନ୍ତୁ।

ଏବେ ଗ୍ୟାସ୍‌ରେ ଗୋଟେ ପ୍ୟାନ୍‌ ବସାନ୍ତୁ। ଏବେ ଗୋଟେ ଚାମଚ ତେଲ ଦେଇ ସେଥିରେ ପନିର ସେକନ୍ତୁ। ପନିରର ଦୁଇ ପଟ ହାଲକା ବାଦାମୀ ହୋଇଗଲେ କଢ଼ିଦିଅନ୍ତୁ।

ଏବେ ଏହାକୁ ଗରମାଗରମ ଚିଲ୍ଲି ଓ ଟମାଟୋ ସସ୍‌ ଲଗାଇ ଖାଆନ୍ତୁ।

LEAVE A REPLY

Please enter your comment!
Please enter your name here