ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ରେଳ ଷ୍ଟେସନ୍ରେ ଛେପ ପକାଇଲେ ଗଣିବେ ମୋଟାଅଙ୍କର ତଣ୍ଡ। ରେଳ ଷ୍ଟେସନ୍ ହେଉ ଟ୍ରେନ୍ ଭିତରେ ଆବର୍ଜନା ପକାଇଲେ, ବାହାରେ ପରିସ୍ରା କଲେ, ପାନ ଛେପ ପକାଇଲେ ଓ ପ୍ଲାଷ୍ଟିକ ବ୍ୟବହାର କଲେ ମୋଟା ଅଙ୍କର ଜରିମାନା ଗଣିବେ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ରେଳପଥ ପରିସରରେ ସ୍ଵଚ୍ଛ ଭାରତ ମିସନକୁ ସୁନିଶ୍ଚିତ କରିବା ସହ ମ୍ୟୁନିସିପାଲ ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ନିୟମ-୨୦୧୬ ଆଧାରରେ ପ୍ରଦୂଷଣ ସୃଷ୍ଟି କରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ୯୩୦୧ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। ୨୦୧୮-୧୯ରେ ୧୦ ହଜାର ୫୭୨ ଲୋକଙ୍କଠାରୁ ଜରିମାନା ଆଦାୟ ହୋଇଛି। ବର୍ତ୍ତମାନ ୧୩ଟି ନିୟମକୁ ଉଲ୍ଲଙ୍ଘନ କଲେ ଜରିମାନା ଦେବାକୁ ପଡ଼ିବ।
ପୂର୍ବତଟ ରେଳପଥ ପକ୍ଷରୁ ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଓ ୱାଲଟିୟର ରେଳ ଅନ୍ତର୍ଗତ ସବୁ ଷ୍ଟେସନଠାରେ ସ୍ୱଚ୍ଛତା ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ।