ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ଦିବସ ପାଳନ କରାଯାଇଛି। ରବିବାର ଦିନ ଫୁଲନଖରାସ୍ଥିତ ବମ୍ଫକୁଦ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ସହ ଚାରା ରୋପ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ବିଭାଗର ମୁଖ୍ୟ ଏବଂ ଅଧ୍ୟାପକମାନେ ସାମିଲ ହୋଇଥିଲେ। ସୁସ୍ଥ ସମାଜ ଗଠନ ପାଇଁ ଏକ ସ୍ୱାସ୍ଥ୍ୟକର ପରିବେଶର ନିହାତି ଆବଶ୍ୟକତା ରହିଛି। ତେଣୁ ଆମ ଆଖପାଖ ପରିବେଶକୁ ନିୟମିତ ସଫା ସୁତୁରା ରଖିବା ସହ ସବୁଜିମା ସୃଷ୍ଟି କରିବା ଲାଗି ଜନସାଧାରଣଙ୍କୁ ସେମାନେ ସଚେତନ କରିଥିଲେ।

ସ୍ୱାସ୍ଥ୍ୟ ଓ ଅରୋଗ୍ୟ କେନ୍ଦ୍ର ପରିସରରେ ଏକ ଔଷଧୀୟ ବଗିଚା କରାଯାଇଛି। ସେଠାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କେତେକ ଔଷଧୀୟ ଚାରା ରୋପଣ କରାଯାଇଥିଲା।
ଭାରତ ସରକାରଙ୍କ ପକ୍ଷରୁ ‘ସ୍ୱଚ୍ଛ ଅମୃତ ମହୋତ୍ସବ: ସ୍ୱଚ୍ଛତା ପାଇଁ ଆଉ ଏକ ପାଦ’ ଅଭିଯାନ ଆରମ୍ଭ କରାଯାଇଥିଲା। ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରେ ଏହି ଅଭିଯାନ ଶେଷ ହୋଇଛି। ଏହି ଅବସରରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

ସ୍ୱଚ୍ଛତା ଦିବସ କାର୍ଯ୍ୟକ୍ରମରେ ବାୟୋଲୋଜିକାଲ ସାଇନ୍ସେସ୍ ବିଭାଗର ମୁଖ୍ୟ ପ୍ରଫେସର ବିଷ୍ଣୁ ପ୍ରସାଦ ଦାଶ, ଅଧ୍ୟାପକ ଉମାକାନ୍ତ ସ୍ୱାଇଁ, ଡକ୍ଟର ଧିରଜ ନନ୍ଦ, ଡକ୍ଟର ପ୍ରଦୀପ୍ତ ରଞ୍ଜନ ରାଉତ, ଫିଜିଓଥେରାପି ବିଭାଗର ଅଧ୍ୟାପିକା ଡକ୍ଟର ଲୋପାମୁଦ୍ରା ସାହୁ, ଡକ୍ଟର ରଶ୍ମି ରଞ୍ଜନ ନାୟକ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

Tags: #AIPHU #Education #GandhiJayanti #Cleanliness #Plantation

LEAVE A REPLY

Please enter your comment!
Please enter your name here