ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ ହାର ରହିଛି ୮୨.୭୭ ପ୍ରତିଶତ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଭୁବନେଶ୍ଵରସ୍ଥିତ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳାଫଳ ଘୋଷଣା କରିଛନ୍ତି।
ଚଳିତ ଥର ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ଏକା ସାଙ୍ଗରେ ପ୍ରକାଶ ପାଇଛି। ଚଳିତ ବର୍ଷ ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି। ଚଳିତବର୍ଷ ଫେବ୍ରୁଆରି ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ ଯୁକ୍ତ ୨ ପରୀକ୍ଷା ହୋଇଥିଲା।
ରାଜ୍ୟର ମୋଟ ୩ ଲକ୍ଷ ୮୨ ହଜାର ୭୨୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୧୬ ହଜାର ୭୮୭ ଜଣ ପାସ୍ ହୋଇଛନ୍ତି। ଛାତ୍ରଛାତ୍ରୀମାନେ results.odisha.govt.in ଏବଂ results.digilocker.gov.in ରେ ନିଜ ପରୀକ୍ଷା ଫଳାଫଳ ଜାଣିପାରିବେ।
Tags: #Result #+2Result #Education #Odisha #CHSE