ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀ ବିନୟ ଶର୍ମାର ରିଟ୍‌ ପିଟିସନ୍‌ ଖାରଜ। ଏହାକୁ ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ। ରାଜକ୍ଷମା ଆବେଦନ ଖାରଜକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟ ଯାଇଥିଲା ବିନୟ। ଗୁରୁବାର ଏହି ଆବେଦନର ଶୁଣାଣି କରିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ।

ରାଜକ୍ଷମା ଖାରଜର ପୁନଃବିଚାର ପାଇଁ ରିଟ୍‌ ପିଟିସନ ଆବେଦନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବିନୟ। ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିବାକୁ ବିନୟ କୋର୍ଟରେ ଆବେଦନ କରିଥିଲା।

ରାଜକ୍ଷମା ଖାରଜ ପାଇଁ ଦିଲ୍ଲୀ ଉପରାଜ୍ୟପାଳ, ଦିଲ୍ଲୀ ଗୃହମନ୍ତ୍ରୀଙ୍କ ସୁପାରିଶ ନଥିବା ଆବେଦନରେ ଦର୍ଶାଇଥିଲା ବିନୟ, ହେଲେ ରାଜକ୍ଷମା ଖାରଜ ପାଇଁ ଉଭୟଙ୍କ ସୁପାରିଶ ଥିବା ସୁପ୍ରିମକୋର୍ଟ କହିଥିଲେ।

ଅନ୍ୟପକ୍ଷରେ ଦୋଷୀଙ୍କ ଫାଶୀ ପାଇଁ ନୂଆ ଡେଥ ଓ୍ୱାରେଣ୍ଟ ଜାରି ପାଇଁ ହୋଇଥିବା ଆବେଦନ ଉପରେ ସୋମବାର ଶୁଣାଣି କରିବେ ଦିଲ୍ଲୀ ପଟିୟାଲା ହାଉସକୋର୍ଟ। ନିର୍ଭୟାଙ୍କ ବାପା, ମା’ ଓ ତିହାର ଜେଲ କର୍ତ୍ତୃପକ୍ଷ ଏହି ଆବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here