ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫେବ୍ରୁଆରି ୨୮ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶାହଙ୍କ ଏହି ଗସ୍ତ ଦୁଇଦିନିଆ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ଅମିତ ଶାହ ଫେବ୍ରୁଆରି ୨୮ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ସେ ନାଗରିକତା ସଂଶୋଧନ ଆଇନ୍ ସପକ୍ଷରେ ହେଉଥିବା ଏକ ଜନସଭାରେ ଯୋଗଦେଇ ଉଦବୋଧନ୍ ଦେବେ।

ଏହାପରେ ଫେବ୍ରୁଆରି ୨୯ ତାରିଖରେ ସେ ପୁରୀ ଯାଇ ପ୍ରଭୁ ଜଗନ୍ନାଥ ଓ ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଶାହଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ।

LEAVE A REPLY

Please enter your comment!
Please enter your name here