ଡ଼ିଶାଲାଇଭ୍ ବ୍ୟୁରୋ

ଦହି ବାଇଗଣ ହେଉଛି ଓଡ଼ିଶାର ସ୍ୱାଦିଷ୍ଟ ଖାଦ୍ୟ। ଜାଣନ୍ତୁ କେମିତି ବନାଇବେ ଦହି ବାଇଗଣ।

ଆବଶ୍ୟକୀୟ ସାମଗ୍ରୀ

୩ ଜଣ ବ୍ୟକ୍ତିଙ୍କ ପାଇଁ

୩ଟି ବାଇଗଣ

ଦୁଇ କପ୍‌ ଦହି

୨ ଚାମଚ ସୋରିଷ ତେଲ

ଲଙ୍କାଗୁଣ୍ଡ, ଲୁଣ, ଚିନି ସ୍ଵାଦ ଅନୁଯାୟୀ

ଛୁଙ୍କ କରିବା ପାଇଁ ଶୁଖିଲା ଲଙ୍କା, କଞ୍ଚା ଲଙ୍କା, ଧନିଆ ପତ୍ର, ସୋରିଷ ଫୁଟଣ, ଭୃସଙ୍ଗ ପତ୍ର

ପ୍ରଣାଳୀ

ଡେମ୍ଫ ଲଗା ଗୋଟା ବାଇଗଣକୁ ଧୋଇ ଦିଅନ୍ତୁ। ବାଇଗଣର ଉପର ପଟକୁ ଛୁରିରେ ଚାରିପଟୁ ଦର କଟା କରି ଦିଅନ୍ତୁ। ପରେ ବାଇଗଣକୁ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଲଗାଇ ଗୋଳାଇ ଦିଅନ୍ତୁ।

ଗୋଟେ କଡ଼େଇ ବା ପ୍ୟାନ୍‌ରେ ଦୁଇ ଚାମଚ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ, ସେଥିରେ ଗୋଟା ବାଇଗଣକୁ ପକାନ୍ତୁ। ମଧ୍ୟମ ଆଞ୍ଚରେ ବାଇଗଣକୁ ଭାଜନ୍ତୁ। ବାଇଗଣ ନରମ ହୋଇଗଲେ କଡ଼େଇ ବା ପ୍ୟାନ୍‌ରୁ କାଢ଼ି ଦିଅନ୍ତୁ।

ଅନ୍ୟପଟେ ଦୁଇ କପ୍‌ ଦହିରେ ସ୍ୱାଦ ଅନୁଯାୟୀ ଲୁଣ, ଅଧ ଚାମଚ ଲଙ୍କାଗୁଣ୍ଡ, ଗୋଟେ ଚାମଚ ଚିନି ମିଶାଇ ଘାଣ୍ଟିଦେବେ।

ପରେ ଆଉ ଗୋଟେ ପ୍ୟାନ୍‌ରେ ଛୁଙ୍କ ପ୍ରସ୍ତୁତ କରିବେ। ଛୁଙ୍କ ପାଇଁ ଗୋଟେ ଛୋଟ କଢ଼ାଇକୁ ଗ୍ୟାସ୍‌ରେ ବସେଇବେ। କଡ଼େଇରେ ତେଲ ପକାଇବେ। ତେଲ ଗରମ ହୋଇଗଲେ, ସେଥିରେ ଗୋଟା ଶୁଖିଲା ଲଙ୍କା ଏବଂ ପଞ୍ଚ ଫୁଟଣ ପକାଇବେ। ଏବେ ଗ୍ୟାସ୍‌ର ଜାଳ ଅଧିକ କରିଦେବେ। ଯେତେବେଳେ ପଞ୍ଚ ଫୁଟଣ ଚଡ଼ ଚଡ଼ ହୋଇ ଫୁଟିବ ସେଥିରେ ଭୃସଙ୍ଗ ପତ୍ର ପକାଇବେ। ଧ୍ୟାନରେ ରଖିବେ , ଯେମିତି ଛୁଙ୍କ ନ ପୋଡ଼ି ଯାଏ। ସେହି ଛୁଙ୍କକୁ ପୂର୍ବରୁ ପ୍ରସ୍ତୁତ ଦହିରେ ପକାନ୍ତୁ ଏବଂ ସେଥିରେ ବାଇଗଣ ପକାଇଦିଅନ୍ତୁ।

LEAVE A REPLY

Please enter your comment!
Please enter your name here