ଓଡ଼ିଶାଲାଇଭ୍ ବ୍ୟୁରୋ
ସଲମାନଙ୍କ ପାଇଁ ଏଥର ହୋଲି ସ୍ପେଶାଲ ରହିଛି। ହୋଲି ଅବସରରେ ରିଲିଜ ହେବ ବଲିଉଡ୍ ସୁପରଷ୍ଟାର୍ ସଲ୍ମାନ୍ ଖାନ୍ ଅପକମିଂ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ ଭାଇ’ର ଟିଜର। ଏହି ଫିଲ୍ମରେ ଫୁଲ୍ ଆକ୍ସନ୍ ମୋଡ୍ରେ ନଜର ଆସିବେ ଭାଇଜାନ। ଫ୍ୟାନ୍ମାନେ ତାଙ୍କ ଏହି ଫିଲ୍ମର ଟିଜର୍ ଓ ଟ୍ରେଲର୍କୁ ଅପେକ୍ଷା କରିଛନ୍ତି।
ହୋଲି ଦିନ ଟିଜର ରିଲିଜ ପାଇଁ ଫିଲ୍ମର ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ସହ ଆଲୋଚନା କରିଛନ୍ତି ସଲମାନ। ଟିଜର୍ରେ କେବଳ ସଲ୍ମାନ୍ଙ୍କ ଲୁକ୍ ଉପରୁ ପରଦା ଉଠିବ।
ଫିଲ୍ମଟି ୨୦୨୦ ମେ ୨୨ରେ ଇଦ୍ ଅବସରରେ ରିଲିଜ୍ ହେବ। ଏହି ଫିଲ୍ମକୁ ବକ୍ସ ଅଫିସରେ ଟକ୍କର ଦେବ ଅକ୍ଷୟଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’। ଏହି ଫିଲ୍ମରେ ପ୍ରଭୁଦେବା ନିର୍ଦ୍ଦେଶନା ଦେଉଥିବାବେଳେ ସଲମାନ୍, ସୋହେଲ୍ ଖାନ୍ ଓ ଅତୁଲ ଅଗ୍ନିହୋତ୍ରୀ ମିଳିତ ଭାବେ ପ୍ରଯୋଜନା କରୁଛନ୍ତି।

















