ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ଵରରେ ବାର୍ଡ ଫ୍ଲୁ ଆତଙ୍କ। ସୋର ଜାତୀୟ ରାଜପଥରେ ପଡ଼ି ରହିଛି ହଜାର ହଜାର କୁକୁଡ଼ା ମଡ଼କ। ଏତେ ମାତ୍ରାରେ କୁକୁଡ଼ା ମଡ଼କକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ପ୍ରାଣୀ ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି।

ଏତେ ମାତ୍ରାରେ କୁକୁଡ଼ା କେମିତି ମଲେ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। କୁକୁଡ଼ା ମଡ଼କ ପରେ ଏବେ ଲୋକମାନେ ଚିକେନ ଖାଇବା କମାଇ ଦେଇଛନ୍ତି। ଫଳରେ ବଜାରରେ ଚିକେନ କେଜି ୫୦ ଟଙ୍କା ହୋଇଯାଇଛି।

କିଛି ଦିନ ତଳେ ରାଜଧାନୀ ଭୁବନଶ୍ଵରରେ ମଧ୍ୟ ବାର୍ଡ ଫ୍ଲୁ ଆତଙ୍କ ଦେଖାଯାଇଥିଲା। ଓୟୁଏଟିରେ ସାମ୍ପଲ ପରୀକ୍ଷା ପରେ ଏନେଇ ସୂଚନା ଦିଆଯାଇଥିଲା। ପରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here