ଓଡ଼ିଶାଲାଇଭ ବ୍ୟୁରୋ

ମହିଳା ବିଶ୍ୱକପ ଟି-୨୦ ଫାଇନାଲରେ ପହଞ୍ଚିଲା ଭାରତୀୟ ଦଳ। ପ୍ରଥମଥର ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ବିଶ୍ୱକପ ଟି ୨୦ ଫାଇନାଲରେ ପ୍ରବେଶ କରିଛି। ଏହାକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳ।

ଗୁରୁବାର ଅଷ୍ଟ୍ରେଲିଆର ସିଡି୍ନୀ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳଯିବାକୁ ଥିଲା। ତେବେ ମ୍ୟାଚ ଆରମ୍ଭ ହେବା ପୁର୍ବରୁ ପ୍ରବଳ ବର୍ଷା ହୋଇଥିଲା। ଟସ୍ ମଧ୍ୟ ହୋଇ ପାରିନଥିଲା। ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାତିଲ ହୋଇଯାଇଥିଲା।  ଫଳରେ ଭାରତ ଫାଇନାଲ ମ୍ୟାଚ୍ ଖେଲିବା ନେଇ ନିଶ୍ଚିତ ହୋଇଯାଇଛି।

ଆଇସିସି ନିୟମ ଅନୁଯ।ୟୀ ଭାରତୀୟ ଦଳ ଫାଇନାଲକୁ ଉନ୍ନିତ ହୋଇଛି। ନିୟମ ଅନୁଯାୟୀ କୌଣସି କାରଣରୁ ଯଦି ସେମିଫାଇନାଲ ବାତିଲ ହୁଏ, ତେବେ ଲିଗ୍ ପର୍ଯ୍ୟାୟରେ ଯେଉଁ ଦଳର ଅଧିକ ପଏଣ୍ଟ୍ ରହିଛି ସେହି ଦଳ ଫାଇନାଲକୁ ଉନ୍ନିତ ହେବ। ଲିଗ ପର୍ଯ୍ୟାଯରେ ଭାରତ ୪ଟି ମ୍ୟାଚ ଜିତି ୮ ପଏଣ୍ଟ ପାଇଥିବା ବେଳେ  ଇଲଂଣ୍ଡ ଦଳ ୩ ଟି ମ୍ୟାଚ ଜିତି ୬ ପଏଣ୍ଟ ପାଇଥିଲା।

Comment