ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଶାନଦାର୍‌ ବିଜୟ। ଟିମ୍‌ର ଦମଦାର ବ୍ୟାଟିଂ ଓ ଦଳର ଘାତକ ବେଲର ଏକତା ବିଷ୍ଟଙ୍କ ବୋଲିଂ ଟିମ୍‌ ଇଣ୍ଡିଆକୁ ଜିତାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୦୨ ରନ୍‌ କରିଥିବା ବେଳେ ଇଂଲଣ୍ଡ ମହିଳା ଦଳ ମାତ୍ର ୧୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏଥିସହ ଟିମ୍‌ ଇଣ୍ଡିଆ ୬୬ ରନ୍‌ରେ ଇଂଲଣ୍ଡ ଟିମ୍‌କୁ ହରାଇଛି।

ଶୁକ୍ରବାର ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ଖେଳାଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ମହିଳା ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଭାରତୀୟ ଦଳର ଜେମିମା ସର୍ବାଧିକ ୪୮ ରନ୍‌ କରିଥିବା ବେଳେ ଅଧିନାୟିକା ମିତାଲି ରାଜ ୪୪ରନ୍‌ ସଂଗ୍ରହ କରିଥିଲେ। ସେହିପରି ସ୍ମୃତି ମନ୍ଧାନା ୨୪ ରନ୍‌ ବଳରେ ଟିମ୍‌ ଇଣ୍ଡିଆ ମୋଟ ୨୦୨ ରନ୍‌ ସଂଗ୍ରହ କରିଥିଲା।

୨୦୩ ରନ୍‌କୁ ଟାର୍ଗେଟ କରି ପଡିଆକୁ ଓହ୍ଲାଇଥିଲା ଇଂଲଣ୍ଡ ଟିମ୍‌। ମ୍ୟାଚ ଆରମ୍ଭରୁ ଲଣ୍ଡନ୍‌ ଟିମ୍‌ର ବ୍ୟାଟିଂରେ ବିପର୍ଯ୍ୟୟ ଦେଖାଦେଇଥିଲା। ଇଂଲଣ୍ଡ ଦଳର ଓପନର ଏମି ଜୋନ୍ସ ମାତ୍ର ଏକ ରନ୍‌ କରି ଶିକ୍ଷା ପାଣ୍ଡେଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ।

ଦଳର ନାଟାଲି ସ୍କିଭର ସର୍ବାଧିକ ୪୪ ରନ୍‌ କରିଥିବା ବେଳେ ଅଧିନାୟିକ ହେଥର ନାଇଟ୍‌ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୩୯ ରନ୍‌ ସଂଗ୍ରହ କରିଥିଲା। ଶେଷରେ ଇଂଲଣ୍ଡ ମହିଳା ଦଳ ୪୧ ଓଭର୍‌ରେ ୧୩୬ ରନ୍‌ ସଂଗ୍ରହ କରି ଅଲଆଉଟ୍‌ ହୋଇଯାଇଥିଲା।

ଏଥିସହ ଟିମ୍‌ ଇଣ୍ଡିଆ ୬୬ ରନ୍‌ରେ ଭ୍ରମଣକାରୀ ଇଂଲଣ୍ଡ ଦଳକୁ ହରାଇ ବିଜୟ ହାସଲ କରିଛି। ମ୍ୟାଚ୍‌ରେ ୪ଟି ୱିକେଟ୍‌ ନେଇଥିବା ଏକତା ବିଷ୍ଟଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ଆସନ୍ତା ୨୫ ତାରିଖରେ ଏହି ସିରିଜ୍‌ର ଦ୍ୱିତୀୟ ଦିନିକିଆ ଖେଳାଯିବ। ବର୍ତ୍ତମାନ ୩ଟିକିଆ ଦିନିକିଆ ସିରିଜ୍‌ରେ ଟିମ୍‌ ଇଣ୍ଡିଆ ୧-୦ରେ ଆଗୁଆ ରହିଛି।

Comment