ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଏବଂ ଇଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ରେ ଇଂଲଣ୍ଡକୁ ମାତ୍ ଦେଇ ମହାବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଭାରତ ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ହରାଇ ଚାରିମ୍ୟାଚ୍ ବିଶିଷ୍ଟ ଏହି ସିରିଜକୁ ୩-୧ରେ କବ୍‌ଜା କରିନେଇଛି। ଏଥିସହ ଦ୍ଵିତୀୟ ଦଳ ଭାବେ ଆଇସିସି ବିଶ୍ଵ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିଛି ଭାରତ। ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ସହ ମୁହାଁମୁହିଁ ହେବ।ଜବରଦସ୍ତ ବୋଲିଂ ସାଙ୍ଗକୁ ଆକର୍ଷଣୀୟ ବ୍ୟାଟିଂ ବଳରେ ଭାରତ ଏହି ବିଜୟ ହାସଲ କରିବାରେ ସଫଳ ହୋଇଛି। ଇଂଲଣ୍ଡର ପ୍ରଥମ ଇନିଂସରେ ୨୦୫ ରନ୍ କରିଥିଲା ବେଳେ ଏହାର ଜବାବରେ ଭାରତ ୩୬୫ ରନ କରି ଇଂଲଣ୍ଡଠାରୁ ୧୬୦ ରନରେ ଆଗୁଆ ରହିଥିଲା। ପ୍ରଥମ ଇନିଂସରେ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନ ଚମତ୍କାର ସ୍ପିନ୍ ପ୍ରଦର୍ଶନ କରି ଗୋରା ଦଳଙ୍କୁ ଧୂଳି ଚଟାଇ ଦେଇଥିଲେ।ସେହିପରି ଦ୍ୱିତୀୟ ଇନିଂସରେ ମଧ୍ୟ ଅକ୍ଷର ଓ ଅଶ୍ୱିନଙ୍କ ସ୍ପିନ୍ ଆଗରେ ମୁଣ୍ଡ ନୂଆଁଇଥିଲା ଇଂଲଣ୍ଡ। ଫଳରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ମାତ୍ର ୧୩୫ ରନରେ ଅଲଆଉଟ୍ ହୋଇଯାଇଛି। ଟିମ୍ ଇଣ୍ଡିଆ ପକ୍ଷରୁ ଅକ୍ଷର ପଟେଲ ୪୮ ରନ୍ ବଦଳରେ ୫ଟି ଓ ଅଶ୍ୱିନ୍ ୪୭ ରନ୍ ବଦଳରେ ୫ଟି ୱିକେଟ୍ ନେଇଛନ୍ତି।

ଗୁଜୁରାଟର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଥିଲା।

Comment