ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣିଥରେ ଇଂଲଣ୍ଡରେ ବଢ଼ିବାକୁ ଲାଗିଛି କରୋନା ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଇଂଲଣ୍ଡରେ ପୁଣିଥରେ ୧ ମାସ ପାଇଁ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ।

ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ଲକଡାଉନ୍‌ କଟକଣା ଜାରି ରହିବ। ବ୍ୟବସାୟ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଜମି୍‌, ରେସ୍ତୋରାଁ ସବୁ କିଛି ବନ୍ଦ ରହିବ। ତେଣୁ କଟକଣା ମାନିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଟପିବାରୁ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ଲକଡାଉନ ଯୋଗୁଁ ଦେଶବାସୀ ପୁଣି ସମସ୍ୟାର ସମ୍ମୁଖୀନ ହେବେ ଏଥିପାଇଁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।

Comment