ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଗୁରୁବାର ଦିନ ୩୮୭ଟି ନୂଆ କୋଭିଡ୍-୧୯ ମାମଲା ସାମ୍ନାକୁ ଆସିଛି। ଏଥିସହ ରାଜ୍ୟରେ ସକ୍ରିୟ କୋଭିଡ୍ ରୋଗୀଙ୍କ ସଂଖ୍ୟା ୨ ହଜାର ଅତିକ୍ରମ କରିଛି। ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ୮ ମାସରେ ସର୍ବାଧିକ ସ୍ତରରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ସୂଚନା ମିଳିଛି।

ଓଡ଼ିଶାରେ ଏବେ ୨,୧୭୭ ଜଣ କୋଭିଡ୍ ରୋଗୀ ଅଛନ୍ତି। ଅନ୍ୟପଟେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୭ ଜଣ ବ୍ୟକ୍ତି ସୁସ୍ଥ ହୋଇଥିଲେ। ବୁଧବାର ଦିନ ୬,୩୦୮ଟି କୋଭିଡ୍ ନମୁନା ପରୀକ୍ଷଣ କରଯାଇଥିଲା। ଏହା ଫଳରେ ରାଜ୍ୟରେ ଟେଷ୍ଟ ପଜେଟିଭିଟି ରେଟ (ଟିପିଆର୍) ୬.୧ ପ୍ରତିଶତ ରହିଛି। ଓଡ଼ିଶାରେ ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରୁ ଅଧିକ କୋଭିଡ୍ ମାମଲା ଆସୁଥିବାର ଦେଖାଯାଇଛି।

ଅନ୍ୟପଟେ ଗୁରୁବାର ଭାରତରେ ୧୨ ହଜାର ୫୯୧ଟି କୋଭିଡ୍ ମାମଲା ରେକର୍ଡ କରାଯାଇଛି। ଏହା ପୂର୍ବଦିନ ଅପେକ୍ଷା ୨୦ ପ୍ରତିଶତ ଅଧିକ। ଏଥିସହ ଦେଶରେ ସକ୍ରିୟ କୋଭିଡ୍ ରୋଗୀଙ୍କ ସଂଖ୍ୟା ୬୫ ହଜାର ୨୮୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଭାରତରେ ୪୦ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି।

ଭାରତରେ ବୁଧବାର ଦିନ ୧୦ ହଜାର ୮୨୭ ଜଣ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଥିଲେ। ଦେଶରେ ଏବେ କୋଭିଡର ରିକଭରି ରେଟ ୯୯ ପ୍ରତିଶତ ରହିଛି।

ଭାରତରେ ବର୍ତ୍ତମାନ କୋଭିଡର ନୂଆ ଭାରିଏଣ୍ଟ ଏକ୍ସବିବି.୧.୧୬ ଯୋଗୁଁ ସଂକ୍ରମଣ ବଢ଼ୁଛି। ଆଗକୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ ଭଳି ବଡ଼ ବଡ଼ ସହରରେ ଏହି ସଂକ୍ରମଣ ଅଧିକ ବଢ଼ିବ ବୋଲି ଆଶଙ୍କା କରାଯାଉଛି।

Tags: #Covid-19 #CovidVirus #Xbb.1.16 #Health #MinistryofHealth

 

Comment