ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ୟାପୁଛି ସ୍କ୍ରବ ଟାଇଫସ, ସୁନ୍ଦରଗଡ଼ରେ ୨୦୦ ଟପିଲା ପଜିଟିଭ ସଂଖ୍ୟା

ପଶ୍ଚିମ ଓଡ଼ିଶାରେ ବ୍ୟାପୁଛି ସ୍କ୍ରବ ଟାଇଫସ। କେବଳ ସୁନ୍ଦରଗଡ଼ ଜିଲ୍ଲାରେ ୨ଶହ ଟପିଲାଣି ପଜିଟିଭ ସଂଖ୍ୟା। ଗୁରୁବାର ଜିଲ୍ଲାରେ ଆଉ ୬ ଜଣ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି।

ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣ ଅନ୍ୟ ରାଜ୍ୟର ହୋଇଥିବା ବେଳେ ୯ ଜଣ ଅନ୍ୟ ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ତେବେ ସଂକ୍ରମଣ ରୋକିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଥିବା ସିଡିଏମଓ କହିଛନ୍ତି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବଢ଼ିଛି ଚିନ୍ତା।ସାଧାରଣତଃ ଚାଷ ଜମିରେ ସ୍କ୍ରବ ଟାଇଫସ କୀଟ ଦେଖିବାକୁ ମିଳିଛି। ଏବେ ଚାଷ କାମ ଜୋରସୋରରେ ଚାଲିଥିବାରୁ ଚାଷୀମାନେ ଏହି କୀଟର ଶିକାର ହେଉଛନ୍ତି। ପୋଖରୀ, ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି। ଏନେଇ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଚିଗର ପୋକ କାମୁଡ଼ିଲେ ସ୍କ୍ରବ ଟାଇଫସ ରୋଗ ହୋଇଥାଏ। ପ୍ରଥମେ ରୋଗୀ ଶରୀରରେ ଘା’ ହୁଏ, ଚାରିପାଖ ନାଲି ପଡ଼ିଯାଏ। ଧୀରେ ଧୀରେ ମଝି ଅଂଶ କଳା ପଡ଼ିଯାଏ। ଆକ୍ରାନ୍ତ ବ୍ୟକ୍ତିଙ୍କୁ ହଠାତ୍‌ ଜ୍ୱର, ଥଣ୍ଡା, ତଳିପେଟରେ ଯନ୍ତ୍ରଣା, ନିଶ୍ୱାସରେ ସମସ୍ୟା ଦେଖାଦେଇଥାଏ।ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି। ଏଭଳି ଲକ୍ଷଣ ଦେଖାଗଲେ, ତୁରନ୍ତ ସ୍କ୍ରବ ଟାଇଫସ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦିଆଯାଇଛି।

Tags: #odisha #dmsundargarh #healthdepartment #i&pr

Comment