ଓଡ଼ିଶାଲାଇଭ୍ ବ୍ୟୁରୋAIIMS-Bhubaneswar OPD

ଭୁବନେଶ୍ୱର ଏମସରେ ଖୋଲିବ ତିନୋଟି ନୂଆ ବିଭାଗ। ସେଗୁଡ଼ିକ ହେଲା ସଂକ୍ରାମକ ରୋଗ ବିଭାଗ, ବାୟୋ ଇନଫର୍ମାଟିକ୍ସ ଏବଂ ବାୟୋଷ୍ଟାଟିଷ୍ଟିକ୍ସ ବିଭାଗ। ଷ୍ଟାଣ୍ଡିଂ ଏକାଡେମିକ କମିଟି ଏଥିପାଇଁ ଆବଶ୍ୟକ ଅନୁମୋଦନ ପ୍ରଦାନ କରିଛି। ସେହିପରି ସମ୍ପ୍ରସାରିତ ହେବ ଏକାଡେମିକ କାର୍ଯ୍ୟକ୍ରମ।

ଏମସ ଭୁବନେଶ୍ୱରରେ ୬ ବର୍ଷିୟା ଏମସିଏଚ ଶିଶୁରୋଗ ସର୍ଜରି ପାଠ୍ୟକ୍ରମ, ଶିଶୁ ପଲମୋନୋଲୋଜି ଏବଂ ଇଣ୍ଟେନ୍ସିଭ କେୟାରରେ ଡିଏମ ପାଠ୍ୟକ୍ରମ, ଶିଶୁ ସଂକ୍ରମଣ ରୋଗ ଏବଂ ଡିଏମ ନେଫ୍ରୋଲୋଜିରେ ବିଶେଷଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହେବ।“ଏହି ନୂତନ ବିଭାଗ ଏବଂ ଏକାଡେମିକ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଉନ୍ନତମାନର ରୋଗୀ ସେବା ସହ ଗବେଷଣା କ୍ଷେତ୍ରରେ ବିଶେଷ ସହାୟକ ହେବ”, କହିଛନ୍ତି ଏମସର କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ।

Tags: #bhubaneswaraiims #health #healthcare #newdepartment #odisha

LEAVE A REPLY

Please enter your comment!
Please enter your name here