ଓଡ଼ିଶାଲାଇଭ୍ ବ୍ୟୁରୋ

ଫଳ ବିକିବା ସହ ଜୋତା ପଲିସ କରି ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ

ଆଜି ହେଉଛି ଇଞ୍ଜିନିୟର୍ସ ଡେ। ସାଧାରଣତଃ ଆଜିର ଦିନଟିକୁ ଇଞ୍ଜିନିୟରମାନେ ଉତ୍ସାହର ସହ ପାଳନ କରିଥାନ୍ତି। କିନ୍ତୁ ଭୁବନେଶ୍ୱରରେ ଇଞ୍ଜିନିୟରିଂ ପିଲାମାନଙ୍କର ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା। ଜୋତା ପଲିସ ସହ ଫଳମୂଳ ବିକି ଧାରଣାରେ ବସିଥିଲେ ଶହ ଶହ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ।

ଶୁକ୍ରବାର ଯୁବ ଇଞ୍ଜିନିୟରମାନେ ଲୋୟର ପଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କିଏ ଜୋତା ପଲିସ କରିଛନ୍ତି ତ ଆଉ କିଏ କଦଳୀ ଓ ସେଓ ବିକ୍ରି କରିଛନ୍ତି। ଏକ ଟଙ୍କାରେ ଜୋତା ପଲିସ କରୁଥିବା ବେଳେ ସେଓ କିଲୋ ୨୦ ଓ କଦଳୀ କିଲୋ ୩୦ଟଙ୍କାରେ ବିକ୍ରି କରିଛନ୍ତି। ଇଞ୍ଜିନିୟରମାନଙ୍କ ଏଭଳି ଅଭିନବ ପ୍ରତିବାଦକୁ ନେଇ ଏବେ ସବୁଠି ଚର୍ଚ୍ଚା।

ଇଞ୍ଜିନିୟରିଂ ପାଠ ଶେଷ କରିବା ପରେ ଆମେ ଜୋତା ପଲିସ କରୁଛୁ। ତାହା ସରକାର ଦେଖନ୍ତୁ। ଆଉ ଇଞ୍ଜିନିୟରଙ୍କ ଦୁଃଖ ବୁଝନ୍ତୁ ବୋଲି ଆନ୍ଦୋଳନରତ ଇଞ୍ଜିନିୟରମାନେ କହିଛନ୍ତି।ରାଜ୍ୟରେ ଖାଲି ପଡ଼ିଥିବା ଇଂଜିନିୟରିଂ ପଦବୀ ପୂରଣ ପାଇଁ ଦାବି କରିବା ସହ ଗେଟ୍‌ ପରୀକ୍ଷାକୁ ବିରୋଧ କରି ପ୍ରତିବାଦ କରିଛନ୍ତି ଆଶାୟୀ ପ୍ରାର୍ଥୀ। ଇଞ୍ଜିନିୟରଙ୍କ ଏଭଳି ଅଭିନବ ପ୍ରତିବାଦକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ।

Tags: #engineersday #engineersprotest #lowerpmg #odisha #employment

Comment