ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖକୁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଭାବେ ପାଳିତ କରାଯାଏ। ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ବିଶ୍ୱ ସ୍ତରରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା। ପର୍ଯ୍ୟଟନ ମାଧ୍ୟମରେ ଦେଶର ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ସମୃଦ୍ଧିରେ ଭାଗିଦାରୀ ହେବା ତଥା ଏ ସଂପର୍କରେ ଗଣ ସଚେତନତା ସୃଷ୍ଟି କରିବା।

ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ପର୍ଯ୍ୟଟନ ସଂଗଠନ ଦ୍ୱାରା ୧୯୮୦ ମସିହାରୁ ଏହା ପାଳିତ ହେଉଅଛି। ଏହି ତାରିଖର ବିଶେଷତ୍ୱ ହେଲା, ୧୯୭୦ ମସିହା ଏହି ଦିନ ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ପର୍ଯ୍ୟଟନ ସଂଗଠନର (UNWTO) ଆଇନକୁ ଆଇନଗତ ମାନ୍ୟତା ଦିଆଯାଇଥିଲା। ବିଶ୍ୱ ସ୍ତରରେ ପର୍ଯ୍ୟଟନକୁ ବିଶେଷ ପ୍ରୋତ୍ସାହନ ଦେବା ଦିଗରେ ଏହି ଆଇନଗତ ପ୍ରକ୍ରିୟା ଏକ ମାଇଲଖୁଣ୍ଟ ସଦୃଶ।ଇସ୍ତାନବୁଲ (ତୁର୍କୀ)ଠାରେ ୧୯୯୭ ମସିହାରେ ଆୟୋଜିତ UNWTOର ଦ୍ୱାଦଶ ମହାସଭାରେ ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହେଲା କି UNWTO ପ୍ରତିବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ କୌଣସି ଏକ ଦେଶକୁ ସହଯୋଗୀ ଦେଶ ଭାବେ ବାଛି ପାରିବେ।

ପ୍ରତିବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ଭିନ୍ନ ଭିନ୍ନ ଥିମ୍‌ ରହିଥାଏ। ଚଳିତବର୍ଷର ଥିମ୍ ହେଉଛି “ପର୍ଯ୍ୟଟନ ଏବଂ ସବୁଜ ନିବେଶ”।

Tags: #worldtourismday #tourismdaytheme #tourism&greeninvestments #odisha #india

LEAVE A REPLY

Please enter your comment!
Please enter your name here